Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Fantasy

2  

Srinibas Mahalik

Fantasy

ଅଠର ବୟସୀ

ଅଠର ବୟସୀ

1 min
6.7K


ଅଠର ବୟସୀ କାଖରେ କଳସୀ

ଦେଖିଲି ମୁଁ ନଦୀ କୂଳେ

ଅପସରିଟିଏ ଓହ୍ଲେଇ ଆସିଛି

ଏ ଧରାପୃଷ୍ଠକୁ କାଳେ ।।

ଅପୂର୍ବ ସୁନ୍ଦରୀ ସେହି ଅପସରି

ସୃଷ୍ଟିରେ ସିଏ ହିଁ ଏକା

ଅନୀଳ ଆକାଶ ତାହାରି ଆଗରେ

ପଡିଯିବେ ସବୁ ଫିକା ।।

ଅଜଣା ସୁନ୍ଦରୀ ହୋଇଲା ପୀରତି

ଦେଖି ତା'ର ଗୋରା ଦେହ

ଅସୁମାରି ମନ ସହିପାରିଲାନି

କରିଗଲା ଟିକେ ମୋହ ।।

ଅନାମିକା ସେହି ସୁନ୍ଦରୀ ଉପରୁ

କାଢ଼ି ପାରିଲିନି ଦୃଷ୍ଟି

ଅବିଶ୍ୱାସନୀୟ ପ୍ରଭୁଙ୍କର ଲୀଳା

ବିଚିତ୍ର ତାଙ୍କର ସୃଷ୍ଟି ।।


Rate this content
Log in

Similar oriya poem from Fantasy