Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Drama Tragedy

3  

ବି. ନିରୁପମା

Action Drama Tragedy

ଏଡ଼େ ଛଳିଆ ତୁ ହେଲୁ

ଏଡ଼େ ଛଳିଆ ତୁ ହେଲୁ

1 min
5K


ଦୁଇପଦ ତୋତେ ଗାଳିଦେଲି ବୋଲି

ଅଭିମାନ ତୁ କି କଲୁ ,

ସେଥିପାଇଁ ଅବା ଆଡ଼ରୁଷା ହୋଇ

ମୁହଁକୁ ବୁଲେଇ ନେଲୁ ;

ଏଡ଼େ ଛଳିଆ ତୁ ହେଲୁ ...

ତୋ ଦର୍ଶନ ଆଶା-ଆଶାରେ ରହିଲା

ପହୁଡ଼ ପକେଇ ଦେଲୁ ।(ଘୋଷା)


ଭାରି ଆଶାଥିଲା ତୋ ଦର୍ଶନ ପାଇଁ -

ସେଥିଲାଗି ପରା ଆସିଥିଲି ଧାଇଁ ,

ତୋର ଅବିଗୁଣ ଧରିଦେଲି ବୋଲି

ମୋ ସାଥେ କପଟ କଲୁ ।(୧)


ତୋ ଦର୍ଶନ ଆଶା-ଆଶାରେ ରହିଲା

ପହୁଡ଼ ପକେଇ ଦେଲୁ ।


ତୋତେ ବୁଝିବାରେ ହେଳା କଲି ଅବା-

ଊଣା ହୋଇଗଲା ତୋ ପ୍ରତି ମୋ ସେବା ,

ତୋର ମାୟା ସିନା ତୋତେରେ ଗୋଚର

ମୋତେ ତ ବିମୁଖ ହେଲୁ ।(୨)


ତୋ ଦର୍ଶନ ଆଶା-ଆଶାରେ ରହିଲା

ପହୁଡ଼ ପକେଇ ଦେଲୁ ।


ଦୁଇପଦ ତୋତେ ଗାଳିଦେଲି ବୋଲି

ଅଭିମାନ ତୁ କି କଲୁ ,

ସେଥିପାଇଁ ଅବା ଆଡ଼ରୁଷା ହୋଇ

ମୁହଁକୁ ବୁଲେଇ ନେଲୁ ;

ଏଡ଼େ ଛଳିଆ ତୁ ହେଲୁ...

ତୋ ଦର୍ଶନ ଆଶା-ଆଶାରେ ରହିଲା

ପହୁଡ଼ ପକେଇ ଦେଲୁ ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Action