Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

3  

Minakshi Samal

Others

ଜୟ ଜବାନ ଜୟ କିଶାନ

ଜୟ ଜବାନ ଜୟ କିଶାନ

1 min
465


ଜୟ ଜବାନ ଜୟ କିଶାନ

ଆମେ ଯେତେବେଳେ ମଖମଲ୍ଲୀ ଖଟେ

ରେଜେଇ ଘୋଡେଇ କରୁ ଆରାମ

କୃଷକ ଭାଇ ସେ ବିଲକୁ ଯେ ଯାଏ

ଆରାମକୁ ତା'ର କରି ହାରାମ।

ଆମ ଦେହେ ଥାଏ ସ୍ବେଟର,ଟୋପି,

ମୋଜା, ଦସ୍ତାନା ଓ ପଶ୍ମିନା ଶାଲ

କୃଷକ ଭାଇଟି ଚଦର ଘୋଡାଇ

ଶୀତରେ ହୁଅଇ କି କଲବଲ।

ଥଣ୍ଡା ଦିନରେ ଦରକାର ଆମ ନାନା

ରକମର ଗରମ ଖାଦ୍ୟ

କୃଷକ ଭାଇଟି ହିଡ ପରେ ବସି

ଖାଇବାକୁ ପଖାଳ ପିଆଜ ବାଧ୍ୟ।

ଦାମୀ ଜୋତା ଆମ ପାଦରେ ସଜ୍ଜିତ

ହଳ ପରେ ହଳ କିଣା ଯେ ଯାଏ

ଶୀତର ଦାଉରେ କୃଷକ ଭାଇର

ପାଦର ଫାଟଯେ ରକ୍ତ ଝରାଏ।

କେତେ ଦାମୀ ଦାମୀ କ୍ରୀମ୍ ମାଖି ଆମେ

ମୁହଁକୁ ରଖୁ ଯେ ସଦା ସତେଜ

କୃଷକ ଭାଇର ଭାଗ୍ୟରେ ଯେ ଲେଖା

ଅକାଳ ବାର୍ଦ୍ଧକ୍ୟ ଦୁଃଖରେ ଧୈର୍ଯ୍ୟ।

କଷ୍ଟ କରେ ସେ ଯେ ହାଡଭଙ୍ଗା ଶୀତେ

ଲୋକଙ୍କ ମୁଖରେ ହସ ଫୁଟାଏ

ଧନ୍ୟସେ ଅଟଇ କୃଷକ ଭ୍ରାତ

କୋଟି କୋଟି ଜନେ ଆଧାର ଦିଏ।



ନିଜର ପ୍ରାସାଦ ମଧ୍ୟରେ ଆମେଯେ

କେତେ ଆରାମରେ କାଟୁ ଜୀବନ

ଆମର ସୈନିକ ଭାଇ ଯେ ଶୀତରେ

ସୀମା ସରହଦେ ଦିଏ ଜୀବନ ଦାନ।

ପରିବାର ଠାରୁ ହଜାର ହଜାର

ମାଇଲ ଦୂରରେ ରହି ସୈନିକ

ଅହରହ ରହି ଜାଗ୍ରତ ପ୍ରହରୀ

ଜନ୍ମଭୂମିର ସୁରକ୍ଷା କରନ୍ତି ସେତ।

ମାଇନସ୍ ଡିଗ୍ରି ଯେଉଁ ଠାରେ ଥଣ୍ଡା

ହିମ ହେମାଳ ଶୀତର ପ୍ରକୋପ

ନିର୍ବିକାର ଚିତ୍ତେ ଦେଶର ସୁରକ୍ଷା

କରିବାକୁ ସେ ଯେ ସଦା ଉଦ୍ୟତ।

ସିଆଚେନ ଭଳି ଜାଗାରେ ଯେଉଁଠି

ମଣିଷର ରକ୍ତ ହୁଏ ବରଫ

ଜବାନ ଭାଇ ସେ ଶୀତର ଦୌରାତ୍ମ୍ୟ

ଖାତିର ନକରି ରହେ ଦାମ୍ଭିକ।

ଆମପାଇଁ ଉପଲବ୍ଧ ତାଜା ଖାଦ୍ୟ

ସେମାନଙ୍କ ଭାଗ୍ୟେ ଜୁଟେନା କେବେ

ସେଥିପାଇଁ ତାଙ୍କ ନଥାଏ ଶୋଚନା

ସୀମା ସୁରକ୍ଷା ମନ୍ତ୍ର ଶ୍ରେଷ୍ଠ ଯେ ଭବେ।

ଭାରତର ଧ୍ବଜା ଉଡେ ଫରଫର

ଆମ ଜବାନଙ୍କ ସାଧନା ବଳେ

ତାଙ୍କ ନିଦ ହଜା ବଳିଦାନ ପାଇଁ

ଶାନ୍ତି ରେ ଆମେ ଯେ ଶୋଉ ସକଳେ।


ମୋ କୃଷକ ଭାଇ ମୋ ସୈନିକ ଭାଇ

ତୁମକୁ ପ୍ରଣାମ କରୁଛି ମୁହିଁ

ଭାରତ ମାତାର ଯୋଗ୍ୟ ସୁତ ତୁମେ

ଲାଲ ବାହାଦୂର ଥିଲେ ହିଁ କହି।


ମିନାକ୍ଷୀ ସାମଲ



Rate this content
Log in