Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jitendriya Behera

Abstract Others Romance

3  

Jitendriya Behera

Abstract Others Romance

ବର୍ଷା

ବର୍ଷା

3 mins
6.8K


ଗୁଡାଏ ଦାଗ

ଅସମ୍ଭବ ତାତି

ପର୍ଯ୍ୟାପ୍ତ ଶୋଷରେ

ଶୋଇଥିଲି ମୁଁ

ତମେ ପୁଣି ଫେରିଆସିଲ

ଦଲକାଏ ଥଣ୍ଡା ପବନ

ଅକୁହା ଶୀହରଣ

ପୁର୍ତ୍ତୀମୟ ଉଚ୍ଚାରଣ ସହ

ମୋ ଠୁ ଦିପଦ ଶୁଣ

ତମେ କଣ ନିର୍ବିଘ୍ନରେ କହି ପାରିବ

କେମିତି ବା କହି ପାରିବ

ତୁମ ଭୟ ମୋର ବାସ୍ତବତା

ମୁଁ କିନ୍ତୁ କହି ପାରିବି

ତୁମ ଉଦାସୀପଣ

ମୋ ଜୀବନର ଅସ୍ଥିରତା ।

କହି ପାରିବି

ତୁମେ ସନ୍ତୁଳି ହେଉଥିବା ନିଆଁରେ

ମୁଁ କେବେ ଜଳିନି

ମୋ ଜଳିବା କଥା କହିଲେ

ତୁମ ଦେହ ତ

ମତେ କେବେ ଛାଡିନି।


Rate this content
Log in