Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Tragedy

4  

Prasant Kumar Nath

Tragedy

ସହୀଦର ଚିଠି

ସହୀଦର ଚିଠି

1 min
13.6K


ଯୁଦ୍ଧ ଲାଗିଥିଲା ଭାରତ ସୀମାରେ

ଦେଉଥିଲେ ପ୍ରାଣବଳୀ

ଗୁଳି ବାଜିଗଲା ଯବାନ ଛାତିରେ

ପଡିଲା ସେଇଠି ଟଳି ।

ଜାଣିଗଲା ଯେବେ ସହିଦ ହୋଇବ

ଦେଶପ୍ରେମ ଦୀପଜାଳି

ଚିଠିସେ ଲେଖିଲା ଘରକୁ ତାହାର

ରକତକୁ କରି କାଳି

ବାପାକୁ ଲେଖିଲା ଖୁସି ହେବ ଜାଣି

ସହିଦ ହୋଇଛି ପୁଅ

ମୋ କଥାକୁ ଭାବି କନ୍ଦିବାନି କେବେ

ଝରାଇ ଆଖିରୁ ଲୁହ ।

ମଥା ଟେକି ବାଟ ଚାଲିଥିବା ତୁମେ

ଫୁଲାଇ ନିଜର ଛାତି

ମନ ଦମ୍ଭ କରି ଗର୍ବରେ କହିବ

ପୁଅର ଯେ ଦେଶପ୍ରୀତି ।

ମାଆ ଚାହିଁଥିଲା ପୁଅର ବାଟକୁ

ଲେଖିଲା ମାଆକୁ ତାର

ଭାଳି ହେବୁ ନାହିଁ ଅଧମ ପୁଅକୁ

ଯାଉ ଅଛି ବହୁ ଦୂର ।

ଲୁହ ଢାଳିବୁନି ମୋକଥାକୁ ଭାବି

ଦେଉଛି ତୋତେଲୋ ରାଣ

ଜାଣି ଖୁସି ହେବୁ ଭାରତ ମାତାକୁ

ଦେଇଛି ଆଜିମୁଁ ପ୍ରାଣ ।

ପତ୍ନୀ ଚାହିଁଥିଲା ଫେରିବା ବାଟକୁ

ଲେଖିଲା ପତ୍ନୀକୁ ଚିଠି

ଭାଳି ହେବ ନାହିଁ କଥାକୁ ମୋହର

ଆସିଯିବ ଯେବେ ରାତି ।

ସନ୍ତକ ମୋହର ଛାଡି ମୁଁ ଆସିଛି

ମୁନା(ପୁଅ) ରୂପେ ତୁମ କୋଳେ

ମୋ ପରି ତାକୁ ବି ସୈନିକ କରିବ

ଲାଗି ତୁୁମେ କଳେ ବଳେ ।

ଘରେ ଥିଲା ତାର ସାନ ଭଉଣୀଟେ

ଥିଲା ଭାରି ଅଲିଆଳି

ତପାଇଁ ଲେଖିଲା ମମତାର ଚିଠି

ଆଖିର ଲୁହକୁ ଢାଳି

କାନ୍ଦିବୁନି କେବେ ରାକ୍ଷୀ ପୁନେଇଁରେ

ରାକ୍ଷୀଟେ ବାନ୍ଧିବା ପାଇଁ

ଭାବିନେବୁ ମନେ ଭାଇ ତୋ ଯାଇଛି

ମାଆ ର ସୁରକ୍ଷା ପାଇଁ ।

ଶେଷରେ ଲେଖିଲା ମୁନା ପାଇଁ କିଛି

ଛାତିକୁ ପଥର କରି

କ୍ଷମା କରିଦେବୁ,ଯାଉଛି ଆଜି ମୁଁ

ବାପଛେଉଣ୍ଡଟେ କରି ।

ଜୀବନରେ କେବେ ହାରି ଯିବୁ ନାହିଁ

ଥିବି ତୋର ସାଥେ ସାଥେ

ବାପା ତୋ ସହିଦ ହୋଇଅଛି ବୋଲି

ଜାଣିବେ ସାରା ଜଗତେ ।

ଚିଠି ଲେଖୁ ଲେଖୁ ଜୟହିନ୍ଦ କହି

ଗଲାସେ ସହିଦ ହୋଇ

ଚିଠି ସାଥେ ପୁଣି ଶବ ପହଁଚିଲା

ଗାଆଁରେ ତାହାର ଯାଇ ।

ସଭିଙ୍କ ସାମ୍ନାରେ ସହିଦର ଚିଠି

ପଢା ଯେବେ ସରିଗଲା

ସଭିଙ୍କ ଆଖିର ଲୁହର ସାଗରେ

ଶବ ପୁରା ଭିଜିଥିଲା ।

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।

ମୋ-୦୮୮୯୨୩୦୧୧୪୩


Rate this content
Log in

Similar oriya poem from Tragedy