Audio

Forum

Read

Contests

Language


Write

Sign in
Wohoo!,
Dear user,
ସମୟର ଖେଳ
ସମୟର ଖେଳ
★★★★★

© Chittaranjan Lenka

Tragedy

1 Minutes   1.1K    7


Content Ranking

ବେଳେ ବେଳେ ଆସେ       ଏମିତି ସମୟ

ନ ଚାହିଁ ବି ହୋଇଯାଏ

ସେତେବେଳେ ଯେତେ      ବୁଝାଇ କହିଲେ

ବିଶ୍ୱାସ କେବେ ନ ହୁଏ


ସହି ହୁଏ ନାହିଁ              କହି ହୁଏ ନାହିଁ

ଅନ୍ୟର ଅଯଥା ଦୋଷ

ସେତେବେଳେ ଖାଲି        ଅନ୍ତର ଜଳଇ

ସତେ କି ଉତ୍କଟ ବିଷ


ନିଜର ଲୋକ ବି           ପର ହୋଇଯାଏ

କଷ୍ଟ ମିଳିଥାଏ ନିତ୍ୟ

ଦୋଷୀ ବି ନ ହୋଇ       ଫାଶୀ ମିଳିଯାଏ

ଏ କଥା ଅପ୍ରିୟ ସତ୍ୟ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©

ସମୟ ବିଶ୍ୱାସ ସତ୍ୟ

Rate the content


Originality
Flow
Language
Cover design

Comments

Post


Some text some message..