ସମୟର ଖେଳ
ସମୟର ଖେଳ
ବେଳେ ବେଳେ ଆସେ ଏମିତି ସମୟ
ନ ଚାହିଁ ବି ହୋଇଯାଏ
ସେତେବେଳେ ଯେତେ ବୁଝାଇ କହିଲେ
ବିଶ୍ୱାସ କେବେ ନ ହୁଏ
ସହି ହୁଏ ନାହିଁ କହି ହୁଏ ନାହିଁ
ଅନ୍ୟର ଅଯଥା ଦୋଷ
ସେତେବେଳେ ଖାଲି ଅନ୍ତର ଜଳଇ
ସତେ କି ଉତ୍କଟ ବିଷ
ନିଜର ଲୋକ ବି ପର ହୋଇଯାଏ
କଷ୍ଟ ମିଳିଥାଏ ନିତ୍ୟ
ଦୋଷୀ ବି ନ ହୋଇ ଫାଶୀ ମିଳିଯାଏ
ଏ କଥା ଅପ୍ରିୟ ସତ୍ୟ
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©