Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

2  

Parshuram Biswal

Others

ଜଇବିକ ସାର, ଜୈବିକ ଔଷଧ

ଜଇବିକ ସାର, ଜୈବିକ ଔଷଧ

1 min
6.4K


ଜଇବିକ ସାର, ଜୈବିକ ଔଷଧ

 

ପର୍ଶୁରାମ ବିଶ୍ୱାଳ

 

ତିନି ବରଷ ମୁଁ ଖାଇଲି ବାଣ୍ଟିଲି ମୋ ବାଡ଼ିର ବାଇଗଣ

ଏ ବରଷ ଚାରା ଲଗେଇଲା ପରେ ଆସିଗଲା ତା ମରଣ

ମାଟି ପରଖି ମୁଁ ଜାଣିଲିରେ ଜଗା

ଏ ସାର ଔଷଧ ଗୁଣ ।

 

ଆଜି ଚାଷୀପୁଅ କରଇ ଭରସା କୀଟନାଶକ ସେ ସାର

ଅଧିକ ଅମଳ କରି ଦି’ପଇସା ପାଇବ ତା ପରିବାର

ସିଏ କି ଜାଣିଚି ୟା ଭିତରେ ଅଛି

ଏତେ ସବୁ ବଦଗୁଣ !

 

ଧାନ, ଗହମ ସେ ପନିପରିବାଟି, ହରଡ଼, ମୁଗ, ସୋରିଷ

ସବୁଠି ସେ ସାର, ସେ କୀଟନାଶକ ରାଜୁତି କରେ ଅବଶ୍ୟ

ତା ବିନା ସମ୍ଭବ ହବନାହିଁ ଚାଷ

ଇଏ ଆମ ଅନୁମାନ ।

 

ଭୁଲି ଯାଉଅଛୁ ଆଜି ଆମେ ପଚା ଗୋବର ସେ ପଚା ନଡ଼ା

ଯା’ ନାଆଁ କହୁଚୁ ଜଇବିକ ସାର, ସିଏ ଅଖୋଜା ଅଲୋଡ଼ା

ଯା’କୁ ଦେଲେ ବିଲେ ଜମିଟି ଉର୍ବର

ଫସଲ ବି ହବ ଟାଣ ।

 

ଡାଇନୋସର ଆଜି ନାହିଁ ଏ ଜଗତେ, ନାହାନ୍ତି ବି କେତେ ପ୍ରାଣୀ

ମଣିଷ ଜୀବନେ ନ ଆସିବ ତାହା କିଏ ପାରିବ ବଖାଣି

ଏ ସାର, ଔଷଧ ପ୍ରଭାବରେ ଆମ

ବୁଦ୍ଧି ଆଗ ହୁଏ ଶୂନ ।

 

କହିଦେ କାଳିଆ ମୋ ଚାଷୀଭାଇଙ୍କି ବୁଝେଇ ତୁ ଗୋଟିଗୋଟି

ଜଇବିକ ସାର, ଜୈବିକ ଔଷଧ ଲୋଡ଼ା ହସିବ ତା ମାଟି

ଏକଥାଟି ସତ, ଦୀର୍ଘଜୀବୀ ହବ

ଏଇ ମଣିଷ ଜୀବନ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in