Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Romance

2  

Abhiram Sahoo

Romance

ପ୍ରେମ ତ ଲାଗୁଛି ବିକା

ପ୍ରେମ ତ ଲାଗୁଛି ବିକା

1 min
6.7K


ଯୁଆଡେ ଯାଉଛି ସେଠି ମୁଁ ଦେଖୁଛି

ପ୍ରେମ ତ ହେଉଛି ବିକା

ଜୀବନର ପ୍ରିୟ ରାତିକୁ କିଏ ସେ

କାହାକୁ ଦେଉଛି ଠିକା ॥


ଦେହ ତ ମାପୁଛି ଦେହର ଭୋକକୁ

ଛାତିରୁ ଖସୁଛି ଶାଢି

ମଉଳା ଫୁଲକୁ ଏତେ ଯେ ଭଅଁର

କୁଆଡୁ ଯାଆନ୍ତି ବେଢି

ଧୋକ୍କା ଖାଇ କିଏ ଆଉ କା'ପ୍ରେମର

ଦୁଆରେ ମାରୁଛି ଧକ୍କା ॥


ପ୍ରେମର ମାଳାରୁ ଗୋଟି ଗୋଟି କରି

କିଏ କେତେ ଫୁଲ ଲୁଟେ

ଦର କଷା କଷି ହାତରୁ ପ୍ରୀତିର

ଗୋଟି ଗୋଟି ଶଙ୍ଖା ତୁଟେ

ରଂଗମଖା ଏ ଛଳନା ଭିତରେ

ଜୀବନ ଲାଗୁଛି ଫିକା ॥

×××


Rate this content
Log in

Similar oriya poem from Romance