ମୁଁ ନୁହେଁ ଗୀତା - ୨
ମୁଁ ନୁହେଁ ଗୀତା - ୨
ମୋତେ ଯଦି ପଚାର
ପ୍ରେମ କଣ?
ମୁଁ କହିବି –
ଶାଶ୍ଵତ, ନିର୍ବିକାର, ଅବିଶ୍ଵସନୀୟ, ଅପରୂପ,
ଏପରି, ସେପରି...
ମୋତେ ଯଦି ପଚାର ପ୍ରେମ କେମିତି?
ମୁଁ ତ ଜାଣେ ଏତିକି –
ନିଜକୁ ଭଲ ପାଇବା,
ନିଜର ଭଲ ପାଇବା,
ହଜିଯିବା ସେଇ ବଂଶୀର ଧୂନରେ
ଶୁଣିଶୁଣି ଥକି ନଯିବା ମୀରାର ବାଣୀରେ...
ୟା’ଠୁ ଯଦି କିଛି ଥାଏ ମୁଁ ନ ଜାଣେ ।
ତୁମେ ତ ଜାଣ,
ନଶ୍ଵ ଏ ଶରୀର,
ହାଡ, ମାଂସ, ରକ୍ତରେ ଗଢା ଏକ ଯନ୍ତ୍ର
ମୂଲ୍ୟହୀନ ନ କହିଲେ ନୁହେଁ-ଭୁଲ
ଯଦି ତୁମେ ନ କର
ଏହାର ପ୍ରକୃତ ବ୍ୟବହାର...
ମୁଁ ଯଦି ଭଲ ପାଇଛି
ମୋ ଶରୀରକୁ, ନାହିଁ ସୁନ୍ଦରତାକୁ
ନା ଦେଖିଛି ଯୌବନକୁ, କାମୁକତାକୁ ।
କେମିତି ବା କରନ୍ତି ଏହାକୁ ଅନ୍ୟର
ଢାଳିଦେଇ ସର୍ବସ୍ଵ ନିଜର
ଭୁଲିଯାଇ ଏତେ ସୁନ୍ଦର ଉପହାର
ଏ ଜନ୍ମର, କର୍ମର, ସେ ଦାତାର ।
ମୋର କଥାଟା କିନ୍ତୁ ଭିନ୍ନ...
ବାହା ହେଇ ବି ଅବିବାହିତା
କଥାରେ ଖାଲି ଦୁଇ କୁଳକୁ ହିତା
ସ୍ଵାମୀ ଥାଏ ତା ପ୍ରେମିକର ପାଶେ
ଚାହିଁଥାଏ ମୁଁ ଏଠି ଆତୁରତା ଭାବେ
ଥକି ଥକି ଶୋଇଯାଏ ଆଖି
ଭୁଲିଯାଏ କିଏ ଯେ ମୋ ସାଥି, କୋଊଠି ମୋ ପ୍ରୀତି
ଏ ତ ଖାଲି ସଂସାର ନିୟମର
ଖୋଜୁଥାନ୍ତି ସାରାରାତି, ସେ କସ୍ତୁରୀ
ମାୟାର ମୃଗିଣୀ ସାଜି ॥
- ୧ -
ବଢିଲାଣି ମୋ ନୟନ ସଙ୍ଖାଳି
ହୃଦୟରେ ବସାବାନ୍ଧେ ଭେଳି ଭେଳି
ହୁଏ ଭାରି ଚଗଲି,
ଡ଼ର ଲାଗେ ସେଥିପାଇଁ
ବାଟବଣା ନ ହେଉ ବୋଲି
ପୁଜିଥାଏ ତା’ପାଇଁ ମୁଁ ଦିନରାତି
ଭଲ ପାଏ ସେ ମୋତେ ବେଶି
ସବୁବେଳେ ନଛୋଡବନ୍ଧା
ଲାଗିଥାଏ ମୋ ପଛେ ପଛେ
ପଚାରୁଥାଏ କିଛିନାକିଛି
ଏମିତି ପଚାରି ଥିଲା ଦିନେ ମୋତେ
କାହିଁକି ନା ମୁଁ ହେଲି, ତା ସାଙ୍ଗ’ ମା’ପରି?
ଭାବିଥିଲି ମୁଁ ମନେ ମନେ
କରିବି କିଛି ଗୋଟେ ଦିନେ
ଅଧା ବି ହେଇନି ବୟସ
ନଭାଙ୍ଗି, କରିବି ପ୍ରୟାସ
କହିନଦେଉ ଆଉ କେହି
ଯାହା ସେ ଗଲା ମୋତେ କହି
ଏମିତି ଭାବୁଥାଏ ଦିନେ
ପାଇଲି ସୁଯୋଗ ଟିଏ
ପଢିବାକୁ ଆଉକିଛି, ଜାଣିକିଛି,
ଶିଖିବାକୁ ଦୁନିଆର
ନୂଆ ନୂଆ ପାଠକିଛି ॥
- ୨ -
ଲାଗୁଥାଏ ଟିକେ ଡ଼ର
ଜାଗୁଥାଏ କିଛି ଆଶାର ସଂଚାର
ଦେଖି, ପରଖି ମିଶିବାକୁ
ହେଉଥାଏ ମନେ ମନେ ଇଚ୍ଛା
ପୁଣି, ଫେରିଯାଏ
ଦେଖି ଗଭୀର ବାର୍ତ୍ତା ।
ସେମିତି ଯାଇଛି କିଛି ଦିନ
ଲାଗିଛି ହାଲକା ମୋର ମନ
ପାଇଗଲି ଯେପରି ଅମ୍ଳଜାନ
ଖୋଲିଗଲା ପରେ ସେ ରୁଦ୍ଧଦ୍ଵାର
ଥିଲି ଯେପରି ମଣ୍ଡୁକ କୁପର
ହୋଇଯେ ଅଣନିଶ୍ବାସୀ ଅନ୍ଧାରର ।
ମୁ ଥିଲି ଭାରି ଖୁସୀ,
ଦେଖି, ପାଇ, ଜାଣି, କହିବାର...
ଖୋଲିଗଲି ହୃଦୟର ଦ୍ଵାର
ନିବିଡ ନିଶ୍ଚଳ କଳାଗାତ୍ରପରି
ଶୋଷିଯାଉଥାଏ ସବୁକିଛି
ଜାଣିପାରୁ ନଥାଏ, ତଥାପି
ଭଲ ଲାଗୁଥାଏ
ନୂଆ ନୂଆ ସାଙ୍ଗ, ଦୁନିଆର ଚରିତ୍ର
ହସ, ମଜା ମଜଲିସ
ଫେସ୍-ବୁକ ଓ ୱ୍ହାତ୍ସ-ଆପର ।
ପ୍ରକୃତରେ ମୁଁ ଥିଲି ଅନ୍ଧ
ଜାଣିନଥିଲି ଦୁନିଆର
କ’ଣ ଭଲ, କ’ଣ ମନ୍ଦ...
ମୋଟାମୋଟି କହିବାକୁ ହେଲେ
ସବୁଆଡେ ନିରବତାର ଚିତ୍କାର
ଆଲୁଅରେ ଅନ୍ଧାର
ମନରେ ଦ୍ଵନ୍ଦ, ହସରେ ଛନ୍ଦ
ସମ୍ପର୍କରେ ବିଭ୍ରାଟ
ଅସମ୍ପୂର୍ଣ୍ଣତାରେ କପଟ
ନା ସଂଶୟ, ନା ପ୍ରଣୟ
ସବୁକିଛି କ୍ଷଣିକ
ଆଜିଅଛି କାଲିନାହିଁ
ଖୋଜୁଥାନ୍ତି ପାଖେଥାଇ, କରି
ପରକୁ ନିଜର, ଆପଣାକୁ ପର ।
କଣ ବା’ କରିବି
ଏଠି ସମସ୍ତେ ଆତୁର
ଭଲ ଥିଲି ସେଠି
କାହ୍ନାର ପ୍ରେମିକ ସାଜି
ଏଠିତ ସମସ୍ତେ ଜଣେ ଜଣେ
ବଂଶିଧାରୀ ରାଧା – ଖୋଜୁଥାନ୍ତି
କାହ୍ନା କିନ୍ତୁ ଏଠି ନଥାନ୍ତି ଅଭାବୀ
ତଥାପି ଫେରିନଥାଏ
ଆଶା ବି ନଥାଏ
ଖାଲି ଚାଲିଥାଏ
ଭଲ ଲାଗୁଥାଏ
ଯେ ଏ ମନ।
- ୩ -
ସନ୍ଧ୍ୟାରେ ଦିନେ, ଅସରନ୍ତି ବର୍ଷାରେ
କିଛି ଗୋଟେ ଖୋଜି ଖୋଜି
ଆସିଥିଲି
ସେତେ ମୂଲ୍ୟ ନଥିଲେ ବି
ଥିଲା ଆବଶ୍ୟକ...
ଅନ୍ଧାରରେ ରାସ୍ତାଟିକେ ଖୋଜୁଥାନ୍ତି
ଲୋକେ; କିନ୍ତୁ ସେ
ଖୋଜୁଥାଏ କାହାକୁ ଭରିଭରି...
ଖୁବ ଗଭୀର ତା’ ଆଖି
ପାଦ ଦେଉ ଦେଉ ଖସିଗଲି
ମୁଁ ଯେମିତି ତା’ ପଙ୍କରେ...
ଶାନ୍ତ ଓ ଶିଥିଳ ତା’ ହୃଦୟ
ତଥାପି ଜୁଆର ପିଟୁଥାଏ
ହେଉଥାଏ ଛଟପଟ ମନେ
ମିଳୁନଥାଏ କିଛି ବି ଉତ୍ତର
ନିଶବ୍ଦରେ ହସୁଥାଏ ଓଠରେ
ନାହିଁ ମନେ ମନେ...
ଫେରିଗଲି ନପାଇ ମୁଁ କିଛି
ଶୋଇନପାରଇ ସାରା ରାତି
ଉଙ୍କୁଥାଏ ଏକ ମାତ୍ର ପ୍ରଶ୍ନ
ସିଏ କଣ ମୋଠୁ’ବି ଦୁ:ଖି ?
ମନରେ ଆସୁଥାଏ ପ୍ରଶ୍ନ ଅନେକ
ପଚାରିବିକି ଯାଇ ତାର ଦୁ:ଖ
ବାଣ୍ଟିଦେଲେ ଯିବ ସରି
କିଛି ତା’ର କିଛି ମୋ’ରି...
ମନରେ ବାନ୍ଧି ଟିକେ ଆଶ
ହୁଏତା ଦୁଆରେ ପ୍ରବେଶ
ମୁରୁକି ହସିଦେଇ କହୁଛି ମୋତେ
ସେ ଥିଲା କାଲି ଟିକେ ବ୍ୟସ୍ତ
ସେତିକିରେ ହେଲାନି ସନ୍ତୋଷ
ଜାଣିଛି ଯେହେତୁ ତା’ ଉଦାସ
ମନରେ କିଛି, ଆଖିରେ କିଛି
କଣ୍ଠରେ କିଛି, ଓଠରେ କିଛି
ଅପରିପୂର୍ଣ୍ଣ ପରିଭାଷ... ॥
- ୪ -
ଶୁଣି ମୁଁ ତା’ ଇତିହାସ
ରଖିନ ପାରଇ ପ୍ରଶ୍ଵାସ
ଦିର୍ଘରେ ଥରୁଥାଏ ବକ୍ଷ
କହୁନି ସେକଥା ତୁମକୁ
ହୋଇଯିବ ତୁମ କଣ୍ଠରୁଦ୍ଧ
ଏମିତି ହେଲା ମୋ ପରିଚୟ
ଭାବୁଥାଏ ତା କଥା ନିରନ୍ତର
କର୍ମରେ, ପୂଜାରେ, ସ୍ଵପ୍ନରେ
ଦେଖୁଥାଏ ତାକୁ,
ନପାରେ ପାସୋରି,
ନ’ ପାରଇ ମୁଁ ଶୋଇ
ସତେ ଯେମିତି ସେ, ମୋ ସାଥି... ॥
ଧୀରେ ଧୀରେ କରିଲି ଆଶ୍ଵସ୍ତ
ବୁଝିପାରିଲା ସେ ଜୀବନରେ
ଏ ପରା ନିୟମ ପ୍ରକୃତିର
କେବେ ଆରମ୍ଭ କେବେ ଅସ୍ତ...
ସେ ଯେ ପଥିକ ମରୁଭୂମିର
ମୁଁ ବି ତ ଏକ ଶୁଖିଲା ନଇ
ସେ ବି ଶୋଷି, ମୁଁ ବି ପ୍ୟାସୀ
ପ୍ରାରମ୍ଭିଲା ଏକ ଶବ୍ଦକୋଷୀ ।
ପ୍ରଶ୍ନରେ ଉତ୍ତର, ଉତ୍ତରରେ ପ୍ରଶ୍ନ
ମୁଁ ପଚାରେ ତାକୁ, ସେ ପୁଣି ମୋତେ
କିଛି ଗୀତ, କିଛି କବିତା
କିଛି ସୁଖ, କିଛି ଦୁ:ଖ
ଏମିତି ଚାଲିଛି କିଛି ବାଟ...
ଆସିଛି ଜୁଆର, ଭଟ୍ଟାର
ମନରେ ଆମର, ଭାବର
ଦେଖି କେଉଁ ଜଳାଶୟ
ପିଇଗଲୁ ଡ଼ହଡ଼ହ
କରିବାକୁ ପରିପୂର୍ଣ୍ଣ
ହୋଇବ ଜୀବନ ଧନ୍ୟ
ଭୁଲିଗଲି ସବୁ କିଛି
କରିବାକୁ ଆତ୍ମତୃପ୍ତି
ଥିଲି ମୁଁ ଯେ ଦିଗହରା
ଦେଖିଲି ଯେ ଏକ ତାରା
ହେବିନାହିଁ ବାଟବଣା
ପାଇଗଲି ସେ ଠିକଣା ॥
ଦିଅ ନାହିଁ ମୋତେ ଉକ୍ତି
ହଗୀତା,
ତୁମରି ପବିତ୍ର କବିତା...
ପ୍ରେମରେ ସଂସାର, ସଂସାରରେ ପ୍ରେମ
ଏ ଯୁଗରେ ଏହା ଅବିରଳ
କାହିଁଅଛ, ହେ ସାଗର!
କେବେ ଲଙ୍ଘିବ ମୋ କୁଳ?
https://storymirror.com/read/poem/oriya/csr47pju/mun-nuhen-giitaa-1