Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ସୀମା ଡେଇଁଗଲେ କେ’ ନୁହେଁ କାହାର

ସୀମା ଡେଇଁଗଲେ କେ’ ନୁହେଁ କାହାର

1 min
7.0K


ସୀମା ଡେଇଁଗଲେ କେ’ ନୁହେଁ କାହାର

 

ପର୍ଶୁରାମ ବିଶ୍ୱାଳ

 

ତୋର ନିରିଦେଶେ ଚାଲିଚି ସଂସାର ଆହେ ପ୍ରଭୁ ଜଗନ୍ନାଥ

ଆଜି ଯେ ବଇରି, କାଲି ହେଇଥାଏ ସବୁଠାରୁ ବଡ଼ ମିତ

ପାକିସ୍ତାନ କିଆଁ ବଢ଼ାଉ ନାହିଁରେ

ଆମକୁ ବନ୍ଧୁତା ହାତ ?

 

ଆମ ଏ ପ୍ରଗତି ଦେଖି ତା ଆଖିରେ ଗଳୁଚି ଶୁଖୁଆ କଣ୍ଟା

ଦେଶ-ବିଦେଶରେ ବୁଲି ସେ ଗାଉଚି, ନାହିଁ ପାଟି ବାଡ଼ବତା

କଅଣ ପାଉଚି କେଜାଣି ସିଏରେ

ବୁଝୁନାହିଁ କଥା ସତ ।

 

କେତେ ଚୁକ୍ତି କରି ଭୁଲିଯାଉଅଛି, ମନେ ରଖୁନାହିଁ କିଛି

ସନ୍ତରାସବାଦୀ ବଢ଼େଇଚି ସିଏ, କହୁଚି ଦୁନିଆ ଛି’ଛି’

ତେବେ ବି ତାହାର ପଶୁନାହିଁ ଚେତା

କି ଉପାଦାନେ ତା ଚିତ୍ତ ?

 

କାଶ୍ମୀର ଆମର ଥିଲାଟି ରହିବ, ଜାଣିଚି ସେ ଭଲକରି

ଫଳିବନି ଫଳ, ତେବେ ବି ସୀମାରେ ଆତଙ୍କ ରଖିଚି ଜାରି

ସୀମା ଡେଇଁଗଲେ କେ’ ନୁହେଁ କାହାର

ମନେ ପକାଉ ଅତୀତ ।

 

କହରେ କାଳିଆ, ବୁଝେଇଦେ ତାକୁ, ଈର୍ଷା ଗୋଟି ଦେଉ ଛାଡ଼ି

ଭଲରେ ରହିବ, ଆମେ ବି ରହିବୁ, କେ’ କାହାର ନଉଜାଡ଼ି

ହିନ୍ଦୁ-ମୁସଲମାନ ପରା ଭାଇ-ଭାଇ

ହେଜି ଭୁଲୁ କା’ ଇଙ୍ଗିତ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in