Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Others Tragedy

3  

Prakash Ranjan Parida

Others Tragedy

ପ୍ରିୟ ସଖୀ

ପ୍ରିୟ ସଖୀ

1 min
6.1K


ତୁମେ ତ' ଦେଇଛ ମତେ

ନିଜକୁ ହଜେଇ ଖୋଜିବାର ତନ୍ମୟତା,

ସ୍ୱପ୍ନ ଓ ସ୍ୱପ୍ନଭଙ୍ଗର ଠିକ୍ ମଝିରୁ

ସୁଖ ସାଉଁଟିବାର ଦୂର୍ବାର କାମନା ।

ମୋ ଜୀବନ ଅଂକାବଂକା ପଥଧାରେ

ତୁମେ ତ' କେଇ ମୁହୂର୍ତ୍ତ ଅଟକି ଯାଇଥିବା ଯାତ୍ରୀଟିଏ,

ତୁମ ସାଥେ ମନ୍ଦିର ଯିବାକୁ ଲାଜ ଲାଗେ

ପୁଣି ଶ୍ମଶାନ ଯିବାକୁ ଡର

ତଥାପି ତୁମେ ସାଥି ହୃଦୟର ।

ତୁମେ ତ' ଦେଇଛ ମତେ

ସକାଳକୁ ଅପେକ୍ଷା କରିବାର ଧୈର୍ଯ୍ୟ ଓ ସାହସ ,

ତୁମେ ନାହଁ ଦେଖିବାକୁ ଆଜିକାଲି ମୁଁ କେମିତି

ଜୀଏଁ ଏକ ନିସଂଗ ଜୀବନ ।।


Rate this content
Log in