ଶୀତର ଆଗମନୀ
ଶୀତର ଆଗମନୀ
ହଁ ......
ମା'ର ଆଗମନୀ ପରା !!
ମା' ଆସେ ତା ସଖି ସହୋଦରଙ୍କୁ
ସାଙ୍ଗରେ ନେଇ .... ଦିଏ ଅନେକ୍ ଖୁସି
ଆଉ ତା ପରେ ସେ ମୋ ଠାରୁ
ନିଏ ମେଲାଣି , କାହିଁକି କେଜାଣି !!
ଆଉ ତୁ ଆସୁ ଯେ,
ମୋ ପାଇଁ ଅନେକ୍ ଉପହାର୍ ନେଇ ...
ହେଲେ ଏ କମ୍ ସମୟ ପାଇଁ କାହିଁକି ??
ପଚାରିଲେ କହୁ ....
ହଁ ...ମା' ତୋର ନ' ଦିନ ରହି
ଦଶ ଦିନ ଶୀଘ୍ର ଚାଲି ଯିବ...
ବାସ୍ ତୋତେ ଗୋଟେ ନୂଆ ଜନ୍ମ ଦେଇ,
ଛାଡ଼ି ଯିବ ଆମ ଭାଇ ଭଉଣୀଙ୍କ ଦାୟିତ୍ଵରେ,
ପ୍ରଥମରେ ଆସେ ଶରତ ମାମୁଁ
ତା ପରେ ମୁଁ,
ତାପରେ ଦୁଇ ମାଉସୀ ମାମୁଁ !
ଆଉ,ମୋ ସ୍ନେହ ...
ରହିବ ତୋରି ପାଖରେ
ଅନେକ୍ ରୂପରେ ଅନେକ୍ ରଙ୍ଗରେ
ଅନୁଭିବୁ ଏନ୍ତୁଡିର ଉଷୁମ ସେକ !
ବାସ୍ ଆଶ୍ଵସ୍ତି ହେଲେ ତାକୁ ସାଉତି ରଖିବୁ
ଯେମିତି ରଖିଛୁ ଧନକୁ ତୋର
ଅତି ଆଦରରେ ଅତି ଯତନରେ
ପାରିବୁ କି ରଖି ???
ଜବାବ୍ ତ ଦେଇ ପାରିବିନି,
ହେଲେ ମନକଥା କିଛି ଶୁଣିବୁନି ମୋର୍ ??
ଖୁବ୍ ଭଲ ଲାଗେ ତୁ ଦେଇ ଥିବା ଉପହାର,
ପାଖେପାଖେ ତୁ ଥିଲେ ...
ସଞ୍ଚରି ଯାଏ ଏକ ଅଦୃଶ୍ୟ
ଆହ୍ଲାଦିତ ଉଷ୍ଣତା ମୋ ଦେହରେ,
ବାହାରିବାକୁ ଇଚ୍ଛା ହୁଏନି
ସେଇ ନିବିଡ଼ ଆଲିଙ୍ଗନ କୋଳରୁ !!
ସୁଖତକ ଓଜାଡି ପଡ଼ିଲା ପରି
ମୁଁ ତୋ ସ୍ନେହରେ ଭିଜିଚାଲିଥାଏ ଅନବରତ..
ଭାବେ .... ଆଃ ,
ଏମିତି ତୁ ରହନ୍ତୁନି ସବୁଦିନ୍
ସବୁବେଳେ , ମୋ ଆଖ ପାଖରେ !!
ହେଲେ , ମା'ର ନିୟମ ରୁ
କ'ଣ ବର୍ତ୍ତି ପାରୁଛୁ ଯେ କେହି ??
ସେଇ ପରା ଲେଖିଛି,
ସବୁ ଅନୁଶାସନ !!
ଆଉ ଆମେ ବି ବନ୍ଧା .....
ଏଇ ଦୂରତା ଭୋଗିବାକୁ ।
କାହିଁକି କେଜାଣି ଏମିତି କଠୋରତା...
କର୍ପୂର ଉଡ଼ିଗଲେ, କନା ପଡ଼ି ରହେ !!
ଠିକ୍ ସତ କଥାଟିଏ ...
ମନ ଭରିଗଲେ ... ସମୟ ସରିଗଲେ,
ଆଉ ତୁ ଚାଲିଗଲେ ....
ଫିଙ୍ଗି ଦିଏ ତୋ ଯାଚିତ ସ୍ନେହ ଆଦର ସବୁକୁ
ବାସ୍ ଗୋଟିଏ ନିଭୃତ କୋଣକୁ ,
ମନେପକାଏନି ଥରେ ଅଧେ ବି ....
ଏଇ ତ ଦୁନିଆର ରୀତି !!
କେତେ ସ୍ଵାର୍ଥୀ ଆମେ ସତରେ !!
ତୋ ପାଖରେ ସଭିଏଁ ପିଲା.....
ଆବାଳ ବୃଦ୍ଧବନିତା .....
ସଭିଙ୍କୁ କେମିତି ରଖିପାରେ,
ତା ସ୍ନେହ ଓ ଉଷ୍ମତା ଭିତରେ !!
ବାସ୍ ପୁଣି ଅପେକ୍ଷା ରହେ
ତୋ ଆସିବା ବାଟକୁ.....
ସେଇ , ମା'ର ଆଗମନୀ ସମୟକୁ
ତୋ ଉଷ୍ଣତାର ଅନୁଭବକୁ ...
ହଁ, କଥା ଦେଲି ସାଇତି ରଖିବି
ତୁ ଦେଇଥିବା ଉପହାର ସବୁ ପ୍ରତିଶ୍ରୁତିକୁ !!
ବାସ୍ ଏତିକି....
ଯେମିତି ସିମୀତ ତୋର ଭାଗ୍ୟ ,
ଭବିଷ୍ୟ ମୋର ବି ଠିକ୍ ସେମିତି ।
ତୁ ଦେଇ ଥିବା ସମୟତକ,
ହୃଦୟର ଏକ ଅଦେଖା କୋଣରେ
ନିଶ୍ଚେ ଯତନେ ରଖିବି ,
ପୁଣି ତୁ ଆସିବା ଯାଏ ...ଆସନ୍ତା ସନକୁ !
✍ ବିଶ୍ବ ଭାରତୀ। (ଗୋସ୍ଵାମୀ) ଦାଶ। ବାଙ୍ଗାଲୋର।