Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswajeeban Mishra

Others

3  

Biswajeeban Mishra

Others

ଚିହ୍ନା-ଅଚିହ୍ନା

ଚିହ୍ନା-ଅଚିହ୍ନା

1 min
13.7K


‘ଅଚିହ୍ନା’ ଲାଗନ୍ତି ଅତି ‘ଚିହ୍ନା’ ମୁହଁ ପରି

‘ଚିହ୍ନା’ ତ ଚିହ୍ନନ୍ତି ନାହିଁ ମୁହଁ ବଙ୍କା କରି

ହେଲେ...

‘ଶବ୍ଦ’ କଣ ଜନ୍ମିଥିଲା ନାମପଟି ଦେଖି

‘ଜଣା’ ରଙ୍ଗେ ରଙ୍ଗି ହବ ‘ଅଜଣାକୁ’ ବାଛି ?

ସାହିତ୍ୟ ପରା ସମଦର୍ଶୀ ପ୍ରଭାକର ଭଳି

ଶ୍ରଦ୍ଧାର କିରଣ ଦିଏ ସବୁଠି ବିତରି

ଆଜି ଅଣ୍ଟା ଭିଡି ଉଠିଛନ୍ତି ବଡ କବିମାନେ

ଧାନ ବିଲୁ କାଢ଼ିନେବେ ବାଳୁଙ୍ଗା ଯତନେ

ବାଃ !

ବାହାରର ଆବର୍ଜନା ଦେଖିଦେଲ ଏବେ

ଭିତରର ପଙ୍କ ତକ ଉଝାଳିବ କେବେ ?

'ଜଣା' 'ଅଜଣା' କିମ୍ପା ବାହାରେ ହେ ଖୋଜ

ନିଜକୁ ଆଗ ଜାଣିବାର ବିବେକ ଟିକେ ତେଜ

ସାରା ସଂସାର ଯେବେ ଗୋଟେ ପରିବାର

କିଏ ବା ‘ନିଜର’ ପୁଣି କିଏ ଅଟେ ‘ପର’ ?


Rate this content
Log in