Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ମିଠା କଥା ଗୋଟି ମୋ ତୁଣ୍ଡେ ଭରିଦେ’

ମିଠା କଥା ଗୋଟି ମୋ ତୁଣ୍ଡେ ଭରିଦେ’

1 min
6.7K


ମିଠା କଥା ଗୋଟି ମୋ ତୁଣ୍ଡେ ଭରିଦେ

 

ପର୍ଶୁରାମ ବିଶ୍ୱାଳ

 

ଷାଠିଏ ପଉଟି ଭୋଗରୁ ଭାଗ ମୁଁ ଲୋଡୁନାହିଁ ଜଗନ୍ନାଥ

ମିଠା କଥା ଗୋଟି ମୋ ତୁଣ୍ଡେ ଭରିଦେ’, ଯୋଡୁଛି ମୁଁ ତୋତେ ହାତ

ପରକୁ ଆପଣା କରି ଏ ଜୀବନେ

କହୁ ଧନ୍ୟ ତୁ ସାଆନ୍ତ ।

 

ମିଠା କଥା ପଦେ କହିଥାନ୍ତା ଯେବେ ତୋତେ କୁରୁଚୂଡ଼ାମଣି

କୁରୁକ୍ଷେତ୍ର ଯୁଦ୍ଧ ହେଇ ତ ନଥାନ୍ତା ଭାଇ-ଭାଇ ହଣାହଣି

ଭକତର ମିଠା କଥାରେ ତୁ ବନ୍ଧା

ତୁ ତା ବନ୍ଧୁ, ଭାଇ, ସୁତ ।

 

ଅମୃତ ସମାନ ମିଠା କଥା ଗୋଟି ଯା’ ତୁଣ୍ଡରେ ଭରିଥାଏ

ସେ ଜଗତଜିତା ସଭିଏଁ ଜାଣନ୍ତି, ତା ସମାନ ହେବ କିଏ

ଶାନ୍ତି-ମୈତ୍ରୀ ବାର୍ତ୍ତା ଦିଏ ସମାଜକୁ

କରେନା ସେ ହନ୍ତସନ୍ତ ।

 

ଏଇ ମିଠା କଥା କହିରେ କାଳିଆ ଜିଣିବି ଲକ୍ଷ ହୃଦୟ

ବଇରିକି ବନ୍ଧୁ କରିବି ମୁହିଁରେ, ତୋର ପାଦେ ଥବ ଲୟ

ଏତିକି କରୁଣା ବାରି ଢାଳିଦେଏ

ମୋର ମୁଣ୍ଡେ ରଖି ହାତ ।

 

ମିଠା କଥା ଗୋଟି ସୁବାସିତ ଫୁଲ, ବାସନା ତା’ର ଇମିତି

ରାଗରୁଷା ଆଉ ଗରବ ଦମ୍ଭଟି ମିଳେଇଦିଏ କିମିତି

ସେନେହର ଧାରା, ପ୍ରେମର ସେ ଧାରା

ବହିଯିବ ଏ ମରତ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in