Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ନିସ୍ତେଜ ଏ ଗଣତନ୍ତ୍ର ଯାହା

ନିସ୍ତେଜ ଏ ଗଣତନ୍ତ୍ର ଯାହା

1 min
6.9K


ଜଗନ୍ନାଥ ଗୌଡ଼


କିଛି ବି ମିଥ୍ୟା ନୁହେଁ ଯେ ବିବର୍ତ୍ତିତ ସମୟ ଚକ୍ରରେ

ଏ ମଣିଷ ସାଧାରଣ ଭାବେ ଚାହିଁଥିଲା ନବ୍ୟ ଭବ୍ୟ ଶାସନର ପନ୍ଥା,

ତେଣୁ ଜଣେ ଗଲାପରେ ପଣମାନେ ଆଦରିଲେ ଏଠି,

ଏ ମାଟିର ଶାସନର ନିଶ୍ଚିନ୍ତ ସମ୍ଭାଳ l

କିଏ ଜାଣିଥିଲା ସେମାନଙ୍କ ଅଭିସନ୍ଧି, ଶକୁନିର ପଶାପାଲି ଖେଳ,

ଯେଉଁଠି ଗଣମାନେ ସମର୍ପିଲେ, ଜଣଙ୍କ ହାତରେ, ଦେଇଦେଲେ

କ୍ଷମତାର ତତଲା ଚାବୁକ, ତେଣୁ ଜଣମାନେ ଏଠି ପାଲଟିଲେ

ଦଳ ମୁଖ୍ୟ, ତଳପତି ସୁପ୍ରିମ୍ କମାଣ୍ଡ l

ଏ ମାଟି ବି ହୋଇଗଲା ଜଣଙ୍କର କରଗତ କ୍ରୀଡାନକ,

ସେମାନେ ନାଚିଲେ ନଚାଇଲେ,ପରିବାର, ବଂଶ ପୁରୁଷ ପୁରୁଷ ଧରି l

ସବୁ କିଛି ସୁଖ ଉଡିଗଲା ପରେ, ବୁଡିଗଲା ପରେ,ଏଠି

ଆମର,ଆମ ପାଇଁ ଓ ଆମଦ୍ଵାର, ଗଣତନ୍ତ୍ର ଗଣଛବି

ନିସ୍ତେଜ ଏ ଗଣତନ୍ତ୍ର ଯାହା l

ଜଣଙ୍କର ମତା ବୁଲ୍ ଡୋଜର ସାଧାରଣମାନେ

ମାଟିରେ ମିଶିବେ- ସୁଭୁନାହିଁ କି,ଭାରତ ଆମର

ସେ କାନ୍ଦଣାର ସ୍ଵର, ବିକଳ ଆର୍ତ୍ତନାଦର କାନ କୁହରରେ

ସେ ଧିକ୍ ଧିକ୍ ନାଦ-ଧନରେ, ଏ କି କଲୁ ଗୁଣମଣି

ଯାହା ପାଇଥିଲୁ ,ଜୀବନର କଷ୍ଟ ଉପାର୍ଜିତ ଧନ

ହାରିଦେଲୁ ଶେଷେ- ମନେରଖ ସେମାନେ ରାମ ନୁହନ୍ତିରେ

ରାମ ନୁହନ୍ତିରେ, ସେମାନେ ରାବଣ, ସେମାନେ ରାବଣ l


Rate this content
Log in

Similar oriya poem from Classics