Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr.Sashi Bhushan Mohapatra

Others

5.0  

Dr.Sashi Bhushan Mohapatra

Others

ଈଶ୍ୱର

ଈଶ୍ୱର

1 min
217


ଈଶ୍ୱର

****** ଡଃ ଶଶୀ ଭୂଷଣ ମହାପାତ୍ର

ଈଶ୍ୱର ଦେଖିବାକୁ କେମିତି,

ଦେଖାହେଲେ ଚିହ୍ନି ହେବ କି

ତୁମେ ଡାକୁଥିବା ଈଶ୍ୱର

ମୁଁ ଖୋଜୁଥିବା ଈଶ୍ୱର

ଆମ କଥାକୁ ଶୁଣଂତିକି?

ଏସବୁ ଅନେକ ପ୍ରଶ୍ନ

ଲୋଡ଼ା ନାହିଁ କାହାଠୁ ଉତ୍ତର |

ଜାଣିଛି, ଜଣେ କେହି

ଚଳାଉଛନ୍ତି ଯାବତ ସଂସାର |

ପ୍ରତିଦିନ ଦେଖୁଛି ଆଲୋକ ଅନ୍ଧାର

ଶୁଣୁଛି,ଜୀବନ ଆଉ ମୃତ୍ୟୁର ପଦଧ୍ୱନି

ମଧୁମକ୍ଷିଙ୍କ ଗୁଞ୍ଜରଣ

ଦେହକୁ ଛୁଉଁଚି ସମୀରର ସ୍ପର୍ଶ

ସବୁ ଛୁଇଂଯାଏ ତନୁ, ମନ,ପ୍ରାଣ|


କାହାର ଇସାରାରେ

ଏଠି ଜୀବନ ଆଉ ମୃତ୍ୟୁର ଖେଳ

କିଏ ସେ ମାଲିକ

ଦେଖିଛକି ତାଙ୍କ ମୁଖ,

ଶୁଣିଛ କି କେବେ ତାଙ୍କ ସ୍ୱର

ତଥାପି ହୃଦୟ ଷ୍ପନ୍ଦିତ କାହିଁକି

କାହିଁକି ଖେଳିଯାଏ ଶିହରଣ

ଖୋଜିଲେ,ଡାକିଲି,ଶୁଣିଲେ,

ଦଣ୍ଡବତ କଲେ ତାଙ୍କ ଶ୍ରୀଚରଣ |

ଏସବୁ ବନ୍ଧନ କି,

ଏସବୁ କାମନା କି?

ଉଠେ ସହସ୍ର ପ୍ରଶ୍ନ

ଏମିତି ଅନେକ ପ୍ରଶ୍ନର

ଉତ୍ତର କିଏ ଦେବ?

ହେ ପ୍ରଭୁ!

ତୁମେ ହସ୍ତ ପ୍ରସାରିତ କର

ତୁମଠାରେ ମୁକ୍ତି ହିଁ କାମନା

ଏ ଏକ ସଂପର୍କ

ତୁମ ମୋ ଭିତରେ ରହୁ |

ବର୍ତ୍ତିକା ଜାଳିଦିଅ

ହଟିଯାଉ ଅନ୍ଧାର

ତୁମ ଶ୍ରୀମୁଖ ଦର୍ଶନ ହେଉ

ଜୀବନରେ ଅହରହ |

ହେ ମୋର ଜୀବନେସ୍ୱର!

ମୁଁ ଜାଣିଛି,

ତୁମେ ପଥ,ତୁମେ ପଥପଦର୍ଶକ

ମୋ ଭିତରେ ତୁମର ଅନୁଭବ

ସେଇ ଏକ ସମ୍ପର୍କ

ଥାଉ ନିରନ୍ତର |

ଇଶ୍ୱର ଦେଖିବାକୁ ମୋ ଭଳି,

ତୁମ ଭଳି,ତାଙ୍କ ଭଳି,

ତୁମେ ଡାକୁଥିବା ଇଶ୍ୱରଙ୍କୁ

ମୁ ବି ଖୋଜୁଛି,

ଆମ ସମସ୍ତଙ୍କ କଥା ସେ ହିଁ ବୁଝନ୍ତି |

*************************


Rate this content
Log in