ଫେରେ ଆଜି ଅମୃତ ସନ୍ତାନ
ଫେରେ ଆଜି ଅମୃତ ସନ୍ତାନ
1 min
13.3K
ଧୂସର ଗୋଧୂଳିରେ
ସୁଖ ମ୍ରିୟମାଣ ପକ୍ଷୀଂକ କୂଜନେ
ପ୍ରତ୍ୟାବର୍ତ୍ତନୀର ଭାସ୍ୱର
ହତାଶ ମନେ ତୋଳିଥିଲା
ଚୁନା ଚୁନା ସ୍ୱପ୍ନ ର ସିତ୍କାର ।
ଫେରୁଥିଲା ଅମୃତ ସନ୍ତାନ
ଗାଇ ଗାଇ ମିଠାମିଠା ଗୀତ
ଛୁଇଁଛୁଇଁ ନଦୀ ସେପାରୀ ସୋରିଷ କିଆରୀ କ୍ଷେତ ।
କେବେଠୁ ଭୁଲିଯାଇଥିଲା ସେ
ଗାଁ ମାଟି, ବଣ, ଝରଣାର ମୂଲକ
ମନ୍ଦ ମଳୟ, ଆମ୍ବ ବଉଳର ବାସ
କାହିଁ କେତେ ଥର ସେ-
ବାଟବଣା ହେଉଥିଲା ବନେ
ଖୋଜୁ ଖୋଜୁ ଖିରି ଓ ବଇଁଚ କୋଳି ।
ଫେରୁଛି ଆଜି ସେ ଗାଁର ମୋହରେ
ଏନ୍ତୁଡି ଭୂଇଁର ଆକର୍ଷଣରେ ,
ଗାଁ ମାଟି ଛୁଁଛୁଁ ମନେ ହେଲା ତା'ର
ଯେମିତି ପାଦ ଥାପିଛି ସ୍ୱର୍ଗରେ ,
ଯାହାକୁ ସେ ଅନେକବାର ଦେଖିଛି ସ୍ୱପ୍ନରେ ।।
...
Email:litp.ranjan@gmail.com