Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

2.5  

Sukanti Hotta

Others

ଶାନ୍ତି

ଶାନ୍ତି

1 min
2.7K




ଆସିନାହୁଁ ତୁହି ଏକାରେ ମାନବ ଯିବୁ ନାହିଁ ତୁହି ଏକା,

ପାପ ପୁଣ୍ୟ ଦୁଇ ନେଇ ଯିବୁ ବହି ଏକଥା ନୁହେ ଅନ୍ୟଥା l

ଏ ନୁହେ ଅନ୍ୟାୟ ଅନୀତି ଦୁନିଆ ଆମେ ଏକା ଗଢି ଅଛୁ,

ସତ କର୍ମ କଲେ ସତ ମାର୍ଗେ ଗଲେ, ଭଗବାନ ପ୍ରାପ୍ତି ହେବୁ l

ଆଲ୍ହା ଯିଶୁକ୍ରୀଷ୍ଟ ଶ୍ରୀରାମ ମଧ୍ୟରେ ପାର୍ଥକ୍ୟ କିଛି ନାହିଁ,

ଜାତି ସିନା ଭିନ୍ନ ଗୋଟିଏ ରକତ ଆମେ ସବୁ ଭାଇ ଭାଇ l

ମଲା ବେଳେ ତୁହି ନେବୁ ନାହିଁ କିଛି ଅମାପ ଧନ ସମ୍ପତି,

ଯେତେ ଦିନ ଯାଏ ବଞ୍ଚି ରହିଥିବୁ ଧର୍ମରେ ଦିଅ ତୁ ମତି l

ଏ ପୁଣ୍ୟ ଭାରତେ ଶୋଭା ପାଏ ନାହିଁ ନିତି ନିତି ହାଣ କାଟ,

ହୀନ କର୍ମ କରି କି ଲାଭ ପାଇବୁ ଦେଶକୁ କରି ବିଭ୍ରାଟ l

ସୁନା ମୋ ଭାରତ ସୁନା ମୋର ଭାଇ ରକ୍ତ ପାତ କର ନାହିଁ,

ଛାଡି ହୀନ କର୍ମ ଉଡାଇ ଦେ ଏଠି ଶାନ୍ତିର କୋପତ ତୁହି l


ସୁକାନ୍ତି ହୋତା

ତାଳଚେର

7008819476


Rate this content
Log in