Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Others

4  

Prakash Ranjan Parida

Others

ବାପା

ବାପା

1 min
13.4K




କିଛି ନଥାଉ ଦୁଃଖ ନାହିଁ

ଦିଅଁ ଅଛନ୍ତି ଠାକୁର ଘରେ

ଅମାରରେ ପଡ଼ିଛି ଧାନ ମହଣେ,

ଏମିତିରେ ତ'

ମୁଣ୍ଡ ଗୁଞ୍ଜିବାକୁ ଅଛି ଘର ଖଣ୍ଡେ

ମୋ ଚିନ୍ତା ନକରି ଯାଅ...ଆକାଶରେ ଉଡ଼

ବେକାର ହୁଅନି...ଯାହା ଚାହୁଁଛ କର ଽ


ଲୋଡ଼ା ନାହିଁ ତଣ୍ଟି ଚିପା ଧନ

ନିଜ ପାଇଁ ନିଜେ ଖୋଜି ନିଅ ରାସ୍ତା,

ପଡ଼ିଯିବା ପରେ ବି ଦୌଡ଼ି ପାରିଲେ ହିଁ

ସେଇ ହେବ ମୋ'ର ସାର୍ଥକତା ଽ


ଦୂରରେ ଥିବାରୁ ବେଶୀ ବେଶୀ ମନେ ପଡ଼ନ୍ତି ବାପା

ଆଖିକୁ ନିଦ ନଆସିବାବେଳେ...

କାହାର କପଟତାରେ ଫସିଯିବାବେଳେ,

ମନେପଡ଼େ ବାପା କହିଥିବା କଥା

ଗୋଟେ ନିର୍ଭେଜାଲ ପୃଥିବୀର ସ୍ବପ୍ନ ଦେଖୁ ଦେଖୁ

ଚୁପ ଚୁପ୍ ନିଦ ଆସେ,

ଭୁଲିଯାଏ ଯେତେ ସବୁ ଛାତି ତଳ ବ୍ୟଥା ଽ


ଆଜିକାଲି ଭଲ ରହୁନି ବାପାଙ୍କ ଦେହ'ପା

କାନକୁ ଶୁଭୁନି କଥା,

ବୋଉ କୁହେ ଏବେଏବେ ବାପାଙ୍କୁ ମିଠା ଖାଇବା ମନା,

ନିର୍ଦ୍ଦୁମ ବର୍ଷାରେ ଭିଜିବା ପରି

ଦେଖାଯାଏ ବାପାଙ୍କ ଆଖିପତା ଽ


ବାପା ଏବେ କରୁଥିବେ କ'ଣ ?

ଜାଣିଛି !

ଦାଣ୍ଡଘରେ ବସି ପଢୁଥିବେ ପୁରାଣ, ବେଦ

କାରଣ ସେ ପରା ମୋ'ର ମଥା ଉପରର ଛାତ

ସବୁ ଅଧୁରା କାହାଣୀର ଏକମାତ୍ର ପୂର୍ଣ୍ଣଚ୍ଛେଦ ଽ


Rate this content
Log in