Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

0.4  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଆସିଛି ଶରତ ଆସିଛି

ଆସିଛି ଶରତ ଆସିଛି

1 min
6.8K




ଆକାଶ ଦିଶଇ ସଫା ଫରଫର

ଲାଜକୁଳି ଜହ୍ନ ଲୁଚୁଛି

ରାଗ ଋଷା କ୍ରୋଧ ବୃଷ୍ଟି କରି ଆଜ

ଆକାଶେ ଇନ୍ଦ୍ରଧନୁ ଊଠିଛି

ଆସିଛି ଶରତ ଆସିଛି l

ନଈପଠା ସାରା କାଶତଣ୍ଡି ଭରା

ନାଚି ଡେଇଁ ସିଏ ହସୁଛି

ଛୁଇଁବାକୁ ଚାହେଁ ସରଗଟା ଯାଏଁ

ମନ ତାର ଚେଇଁ ଉଠିଛି

ଆସିଛି ଶରତ ଆସିଛି l

କୁଆଁରୀ ଜୀବନ ପୂଜା ବ୍ରତେ ମଗ୍ନ

ବାଡି ବଗିଚା ଆଜି ବାସୁଛି

ପଣି କଖାରୁ ତ ସଜନା ଛୁଇଁକୁ

ହାତଥଋ ଡାକି କହୁଛି

ଆସିଛି ଶରତ ଆସିଛି l

ଆକାଶ ସାଥିରେ ବରଷାରଣୀର

ଭାବ ଦିଆନିଆ ଚାଲିଛି

ନାଲିଟୁକୁଟୁକୁ ସାଧାବବୋହୁଟା

ଖିଲିଖିଲି ଖାଲି ହସୁଛି

ଆସିଛି ଶରତ ଆସିଛି l


ନରେନ୍ଦ୍ର ସାହୁ l


Rate this content
Log in