ମୋ ବୋଉ
ମୋ ବୋଉ
1 min
6.6K
ଯେତେବେଳେ ଘରୁ ବାହାରକୁ ଯାଏ
ତୋ ପାଦକୁ ଛୁଇଁ ଦିଏ
ତୁ ତ ଆଜି ନାହୁଁ ତୋ ଦୁର୍ଲଭ ପାଦ
କୋଉଠୁ ପାଇବି ହାଏ
ଯେଉଁ ଖଟରେ ତୁ ଶୋଇ ରହିଥିଲୁ
ସେ ଖଟ ପଡି ରହିଛି
ଆଉ ସେ ପବିତ୍ର ଖଟରେ ମୁଁ ନିତି
ବସୁଛି ଅବା ଶୋଉଛି
ବାହାରୁଛି ଯେବେ ତୋତେ ଭାବି ଦେଇ
ତୋ ଖଟକୁ ଦିଏ ଛୁଇଁ
ତୁ ତ ଥିବା ବେଳେ କେବେ ହାରି ନାହିଁ
ଆଜି ବି ମୁଁ ହାରୁ ନାହିଁ
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©