ଚୁଡ଼ି
ଚୁଡ଼ି
1 min
7.0K
ବୈରାଗ୍ୟକୁ ଭାଙ୍ଗି
ଆସିଥିଲ ତୁମେ
ସୀମନ୍ତିନୀ ହାତେ ବଳୟ,,,,
ସ୍ଫଟିକ ଚିକ୍କଣ
ଜ୍ଞାନ ମୂର୍ତ୍ତି ତତ୍ତ୍ଵ
ପ୍ରେମ ପ୍ରଣୟର ନୀଳୟ,,,,
ଅନୁଢାପଣକୁ
ଅବରୁଦ୍ଧ କରି
ମେହିନ୍ଦି ହାତକୁ ସଜାଇ,,,,
ଅବଳା ଅବଶ
ଭାଙ୍ଗିଦେଲ
ତୁମେ ଅବହିତେ ମନ ବନ୍ଧାଇ,,,,,