ସନେଟ -୩୨
ସନେଟ -୩୨
ବଞ୍ଚାଇ ରଖିବ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ସଂସାର କଣ୍ଟକ ବନେ ଦେଇଛ ଜନମ
ବିଶ୍ଵସାଇଁ ! ଭାଗଧେୟ ମୋହପରେ ବାମ - ।।
ହୋଇଛି, ନିକ୍ଷେପେ ଚଣ୍ଡ ଯାତନା-କୁଳିଶ
ଧୈର୍ଯ୍ୟ ଭାଙ୍ଗିବାକୁ ମମ ଅଟେ ତା ମାନସ ।।
ଆଜନ୍ମ ଲଭି ଏ ଅଶ୍ମ ପରାଣ ପରାସ
ରନ୍ଧ୍ରେ ରନ୍ଧ୍ରେ ଭରିଅଛି ଅସୀମ ସାହସ ।।
ନ ପଶେ ଏ କଥା ଦୁଷ୍ଟା ନିୟତି ମଥାରେ
ଏଣୁ ଖେଳେ ଛାୟାବାଜି ନିତ୍ୟ ମୋ ସାଥିରେ ।।
କଣ୍ଟା ମଧ୍ୟେ ରହି କଣ୍ଟାଘାତେ କି ଡରିବି
ମରତେ ଜନମି ଭୟ ମୃତ୍ୟୁକୁ କରିବି ? ।।
ଭୀରୁ ମରେ ବହୁବାର ମୃତ୍ୟୁ ପୂରୁବରୁ
ବୀର କିନ୍ତୁ ଯାଏ ଚାଲି ଥରେ ଏ ସଂସାରୁ ।।
ଧରିନେବ ଯେବେ ସୌର ମୋରେ ପାଶେ ତବ
ତା କବଳରୁ ବଞ୍ଚାଇ ରଖିବ ମାଧବ ।।
ସମାପ୍ତ