ପ୍ରେମର ଅସର
ପ୍ରେମର ଅସର
ପଦ୍ମ ପତ୍ର ପରେ ଜଳ
ଢଳ ଢଳ ହେଲା ପରି
ଢଳ ଢଳ ହେଉଥିଲା
ତୁମ ଦୁଇ ନୟନର ଡୋଳା,
ଯେପରି ନାଗୁଣୀର ଫଣା
ଏପଟ ସେପଟ ହୁଏ
ଶୁଣୁ ଶୁଣୁ ସାପୁଆ କେଳାର
ପଦ୍ମତୋଳା II
ନାଗୁଣୀ ତ ବଶୀଭୂତ ହୁଏ
ପଦ୍ମତୋଳାର ସୁରେ ସୁରେ,
ଆଉ କେଉଁ ପଦ୍ମତୋଳା ଶୁଣି
ତୁମେ ଥିଲ ବିବ୍ରତ ଚଞ୍ଚଳ
କହିବକି ଥରେ II
ତୁମ ଅପେକ୍ଷା ମୋ ଉପରେ
ଲୋକଙ୍କର ପଡୁଥିଲା
ଅଧିକ ନଜର I
କେହି ବି ତ କିଛି
ପଚାରି ନଥିଲେ ମୋତେ,
ବୋଧ ହୁଏ ସେମାନେ
ଭଲଭବେ ବୁଝି ପାରିଥଲେ,
ଏ ସବୁ ଆଉ କିଛି ନୁହେଁ
କେବଳ ପ୍ରେମର ଅସର II
******