Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ଚିଟ୍ ଫଣ୍ଡ୍

ଚିଟ୍ ଫଣ୍ଡ୍

1 min
6.4K


ଚିଟ୍ ଫଣ୍ଡ୍

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ସିଟ୍ ରେ ବସି ପଇସା ନିଏ ଭିଡ଼ି

ଡବଲ୍ କରିବାର ଛାଡ଼େ ରଡ଼ି

କମିଶନ୍ ଦିଏ ଭାଡ଼ି ଭାଡ଼ି

ଯୌବନ କାଳରେ ଧରାଏ ବାଡ଼ି

       ଚିଟ୍ ଫଣ୍ଡ୍ ।

 

ଜୀବନସାରା ରଖିଥାନ୍ତି ଯୋଡ଼ି

ଦିଅନ୍ତି ସବୁ ତା ପାଖେ ଅଜାଡ଼ି

ଚାଲେନାହିଁ ଯେତେବେଳେ ଗାଡ଼ି

କ୍ଷଣକେ ପଳାଏ ସେ ଦେଶ ଛାଡ଼ି

       ଚିଟ୍ ଫଣ୍ଡ୍ ।

 

ପରଧନରେ ଦେଖାଏ ଚାଲ୍

ସୁନ୍ଦରୀମାନଙ୍କର ମାୟାଜାଲ୍

ନେତା, ଅଫିସର ସବୁ ମାଲାମାଲ୍

ନିରୀହ ଜନତାଙ୍କ ହାଲ୍ ବେହାଲ୍

       ଚିଟ୍ ଫଣ୍ଡ୍ ।

 

ଆଗରୁ ରୋକିବାର ନାହିଁ କିଛି ରୁଲ୍

ଚୋର ଖାଇଗଲା ପରେ ହୁଲୁସ୍ତୁଲ୍

ଚାରିଆଡ଼େ ଖୋଲିଥାନ୍ତି ଷ୍ଟଲ୍

ଜନତାଙ୍କ ଧନ ଖାଇ ପୂରା ଗୋଲ୍

       ଚିଟ୍ ଫଣ୍ଡ୍ ।

 

କିଛିଦିନ ପରେ ଯାଏ ସବୁ ଭୁଲି

ପୁଣି କିଏ ଆସି ଲଗାଏ ନୂଆ ଚୁଲି

ଲୁଟି ଖାଇବାକୁ ମାରଇ ଗୁଲି

ଲୋକଙ୍କ ଆସ୍ଥାରେ ଖେଳଇ ହୋଲି

       ଚିଟ୍ ଫଣ୍ଡ୍ ।

 

ମାନସିକତାର ଆଣ ପରିବର୍ତ୍ତନ

ଲୋଭରେ କଟାଅନାହିଁ ଆଉ ଗର୍ଦ୍ଦନ

ସରକାରୀ ସଂସ୍ଥାନରେ ରଖ ନିଜ ଧନ

ମନଦେଇ ଶୁଣ ଆହେ ଜନତା ଜନାର୍ଦ୍ଦନ

       ଚିଟ୍ ଫଣ୍ଡ୍ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in