Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

3.7  

BISWESWAR MAJHI

Others

ରଜ ମଉଜ

ରଜ ମଉଜ

1 min
6.9K


ବନସ୍ତେ ଜାକିଲା ଗଜ

ପଂଜିକା ତିଥିରେ ଆସଇ ରଜ

ଆସଇ ରଜଲୋ ନାହିଁ ନୂଆ ସଜବାଜ ।


ବାଡିରେ ନାହିଁଟି ଗଛ

ରଜଦୋଳି କଥା ହୋଇଲା ପଛ

ହୋଇଲା ପଛଲୋ ଟିଭିରେ ଦେଖାଏ ମିଛ ।


ଗଛ ଯଦି ଅଛି କାହିଁ

ଦୋଳି ଲାଗିବାକୁ ବାଉଁଶ ନାହିଁ

ବାଉଁଶ ନାହିଁଲୋ ତୁନି ହୋଇ ବସ ସାଇଁ ।


ଯଦି ଲାଗିଗଲା ଦୋଳି

ସମରକୋର୍ସରୁ ଛୁଟି ନମିଳି

ଛୁଟି ନମିଳିଲୋ ଝିଅ ଆସୁନାହିଁ ବୁଲି


ଝିଅ ଯଦି ଘରେ ଥିବ

ଜିନ୍ ପିନ୍ଧି କି ପେଂଗା ମାରିବ !

ପେଂଗା ମାରିବଲୋ ଘରକୋଣେ ବସିଥିବ ।


ଝିଅ ବସି ଘରକୋଣେ

ଚାଟିଂଗି କରିବ ଫ୍ରେଏଣ୍ଡ ପଣେ

ଫ୍ରେଏଣ୍ଡ ପଣେଲୋ ବୟଫ୍ରେଣ୍ଡ୍ ମନ କିଣେ ।


ଗୁଆଖୋଳ ଚଟି ଗଲା

ଝିଅ ମୋର ହାଇହିଲି ପିନ୍ଧିଲା

ହାଇହିଲି ପିନ୍ଧିଲାଲୋ ଗୋଡ କଚାଡି ଚାଲିଲା ।


ବାଗୁଡି ଖେଳର ମଜା

ଘରେବସି ମନେ ପକାନ୍ତି ଅଜା

ପକାନ୍ତି ଅଜାଲୋ ବାଜୁନି ଡେଂଗୁରା ବାଜା ।


ପୋଡପିଠା ମନେପଡେ

ମନେପଡି ଖାଲି ହୃଦୟ କୋଡେ

ହୃଦୟ କୋଡେଲୋ ପିଜା ବର୍ଗରକୁ ଲୋଡେ ।


ଖାସିମାଂସ ଝୋଳ ପିଠା

ଲାଜନାହିଁ ମୁହଁ ଏତେ ନିଲଠା

ଏତେ ନିଲଠାଲୋ କେଏଫସି ଚିକେନ୍ ପଠା ।


ରଜପାନ ଗାଁଆରେ ନାହିଁ

ସହରେ ତା ମୂଲ କାହିଁରେ କାହିଁ

କାହିଁରେ କାହିଁଲୋ ମଅଲରେ ଷ୍ଟଲ୍ ଯହିଁ ।


ଏସନ ମୌସୁମୀ ଆସି

ବୁନ୍ଦେ ବୁନ୍ଦେ କାହିଁ ଦିଏ ବରସି

ଦିଏ ବରସିଲୋ ରାଜ ପାଇଁ ପରି ଦିଶି ।


ସବୁଥାଇ ରଜ ନାହିଁ

ସଂସ୍କୃତି ଆମର ଚୁଲିକି ଯାଇ

ଚୁଲିକି ଯାଇଲୋ c ସଭିଏଁ ହୋଇ ।


Rate this content
Log in