Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ଈଶ୍ୱର ସନ୍ଧାନ

ଈଶ୍ୱର ସନ୍ଧାନ

1 min
356


ପ୍ରକୃତିର କୋଳେ ସଂଘର୍ଷ କରିଣ

ଜୀବ ଗଢେ ତା ଜୀବନ

ସଂଘର୍ଷ ବଳରେ ମଣିଷ ସଂସାରେ

ସୃଷ୍ଟି କରିଛି ବିଜ୍ଞାନ l


ନିଜ ଜ୍ଞାନ ବଳେ ସଂଘର୍ଷର ତାଳେ

କେବେ ହାରେ କେବେ ଜିତେ

ଚେଷ୍ଟାରୁ କେବେ ବିରତ ହୁଏନି

ଚାଲେ ସମୟର ସାଥେ l


ନିଜର ସୁବିଧା ଆବଶ୍ୟକ ପାଇଁ

ସଂଘର୍ଷ ସଦା କରେ

ଚନ୍ଦ୍ର ମଙ୍ଗଳରେ ଘର କରିବାକୁ

ସଦା ପ୍ରୟାସ କରେ l


ଯୁଗ ଯୁଗ ଧରି ସଂଘର୍ଷ ରତ

ଈଶ୍ୱର ସନ୍ଧାନ ପାଇଁ

ଈଶ୍ୱର ସତ୍ୟ ଅଦୃଶ୍ୟ ଅବ୍ୟକ୍ତ

ଖୋଜିଲେ ପାଇବା ନାହିଁ l



Rate this content
Log in