Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ସରକାର

ସରକାର

1 min
6.6K


ସରକାର

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଦେଶରେ ଗଣତନ୍ତ୍ର ସରକାର

ସ୍ୱାଧୀନ ମାରଣ ଆମ ଅଧିକାର

ହାହାକାର କିଏ କରିବ ବିଚାର

ବଢ଼ିଲା ବେକାରୀ ଆଉ ଭ୍ରଷ୍ଟାଚାର

ଖାଇଗଲେ ଗୋମାତାର ଚାରା

ପିନ୍ଧୁଛନ୍ତି ଏବେ ମାଳ ଗଜରା

କଟୁଆଳ ଜଗିଛନ୍ତି ଗୁହାଳ ଘର

ଧରୁଛନ୍ତି ଏବେ ହେଲ୍ମେଟ୍ ଚୋର

ଡାଲିରେ ପାଣି ମିଶାଇଲେ ସାହୁକାର

ଖଜଣା ହଜମର ହେଲା ବେପାର

ନାଲି ବସ୍ତ୍ରଧାରୀ ବାବା କଲେ ବ୍ୟଭିଚାର

ଅମଲାତନ୍ତ୍ରୀ, ଭ୍ରଷ୍ଟାଚାରୀ ଡର କାହାର

ଭାଗ କରି ଖାଉଛନ୍ତି ଜନତାଙ୍କ ଆହାର

ହାହାକାର ଶୁଣି ଜାଗିଛନ୍ତି ସରକାର

କମିଶନ୍ ର ରିପୋର୍ଟ ଏବେ ଦରକାର

ମାଗଣା ଖାଇବାର ସ୍ୱାଦ ମୁହଁରେ

ଲଗାଇଲେ ଦେଶର ସରକାର

ଛାମୁ ଦେଲେ କାଗଜରେ ଇସ୍ତାହାର

ଜନତା ସେବାର ଲାଗିବ ଦରବାର

ମାଗଣା ଚାଉଳ, କିରାସିନି, ରହିବେନି ଅନାହାର

ହଟାଅ ଗରିବୀ, କରିଦିଅ ପଙ୍ଗୁ, ଚାଟୁକାର

କୃଷି, ଶ୍ରମ, ଉଦ୍ୟୋଗ ନାହିଁ ଦରକାର

ଭୋକିଲା ଜନତା ନିଜ ଧନ ଖାଇ

ମହୁଲି ପିଇ ନାଚୁଛନ୍ତି ଘରଘର

ବାଃ ବାଃ ରେ ଗଣତନ୍ତ୍ର ସରକାର !

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy