କବିତାଟି ଭଲ ଲାଗେ
କବିତାଟି ଭଲ ଲାଗେ
ଦୀପକ କୁମାର ପାତ୍ର
ଫେରେ ଯେବେ ସେ
ମହମହ ମହକି ଉଠେ ତା ଯୌବନ l
ଦେହସାରା ମହୁଲ ମହୁଲ ବାସ୍ନା
କବିତା ସବୁ ବେଶ୍ କିଛି ବୁଝାଏ
ସ୍ତ୍ରୀର ଓଦା ଓଦା ପଣତ କାନି
ସକାଳୁଆ ବାସି ବାସନରୁ ଦିନ
କେବେ ତୁମ ଲେଖା ଦ୍ରୌପଦୀ କଥା ତ
କେବେ ଗାନ୍ଧାରୀ ‘’ ମା’’ର ବେଦନା l
ତୁମେ କ’ଣ ଲେଖିପାର ସବୁକିଛି l
ତା’ ଲାହେ ଲେଖୁନ କାହିଁକି ?
ଲେଖ ସୁଶାନ୍ତ l
ବିଦ୍ରୋହ କର ଲେଖନୀରେ
ବୃକ୍ଷଟେ ରୋପଣ ପାଇଁ l
ପାଣି ମୁନ୍ଦାଏ ପାଇଁ l
ବାଃ ! ଚମତ୍କାର ତୁମ କଳା !!
ତୁମ ଲେଖନୀରେ
ଆଶାର ଆଲୋକ ଭରୁ ସେଇ ଜରି ଗୋଟାଳି ଛୁଆଙ୍କ ଭବିଷ୍ୟତ l
ଆମ ହାତ ଟଳମଳ ହୁଏ କାଳେ ଭୁଲ ହେବ l
ଡାକବାଲାର ଡାକରେ ମନ ଭରେ କବିତାରେ l
ମୋ ‘ଗାଁ’ ମୋ ମାଟି କଥା ମନେପଡେ l
ମହୁଲ ବଣର ଝିଅକୁ ପ୍ରେମ କରି l
ସତରେ କବିତା ସବୁ ଭଲ ଲାଗେ
ମହୁଲ ବଣର ଝିଅ ସାଥେ ପ୍ରେମ ହେଲା ପରେ l