ଵୋଉ
ଵୋଉ
କିଏ ଡାକେ ମମି ମାମା ବୋଲି
ମୁଁ ଡାକେ ତାକୁ ବୋଉ
ଵୋଉ ଡାକଟି କେଡେ
ମଧୁର ଜଗତେ ରହିଥାଉ
ବୋଉ ଡାକରେ କେଡେ ମମତା
ଜଣାପଡେ ତାର କେତେ ଆତ୍ମୀୟତା
ବୋଉ ଡାକରେ ଥାଏ ମଧୁରତା
ସ୍ନେହମୋହରେ ଲାଗେ ସେତ ନିବିଡତା
ବିଲୀନ ହୋଇଯାଏ ସେହି ଶବ୍ଦର ଗଭିରତାରେ
ତ୍ୟାଗର ତୁଳନା ନାହିଁ ତାର ମଧୁରତାରେ
ବୋଉ ବୋଲି ପଦେ ଡାକିଦେଲେ
ବେଦନା ଯାତନା ସବୁ ଯାଏ ତ ଚାଲି
ମଧୁଠୁ ମଧୂର ଅଟେ ତାର ନାଆ
ସବୁଠାରୁ ଶ୍ରେଷ୍ଠ ଏକାକ୍ଷର ମନ୍ତ୍ର ଅଟେ ମାଆ
ଯୁଗେ ଯୁଗେ ସେ ବନ୍ଦନୀୟା
ସନ୍ତାନର ହିତ ଚିନ୍ତାକରି ହୋଇଥାଏ ମହନୀୟା
ଗର୍ଭ ଯନ୍ତ୍ରଣା କେତେ ସହିଛି ଯିଏ
କୋଳେଇ କାଖେଇ ବଡ କରିଛି ସିଏ
ତା ଭଳି ଆଉ ଅଛି ବା କିଏ
ସାକ୍ଷାତ ଚଳନ୍ତି ପ୍ରତିମା ଜୀବନ୍ତ ଦେବୀଟିଏ