Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ପାଗଳର ପ୍ରଳାପ-୬

ପାଗଳର ପ୍ରଳାପ-୬

1 min
7.1K


କଂକ୍ରିଟ୍ ଜଙ୍ଗଲରେ

ହଜିଛି ମଣିଷ---------? ? ?

ବହିଃ ମୁଖଟି;

ଚଳନ୍ତି ପ୍ରତିମା,

ଦୌଡ ତାର ଲଗାମହୀନ ,

ସମ୍ପର୍କ ମାପ ଯାଏ

ମାପ ଦଣ୍ଡ ଏଠି ଧନ,ସମ୍ପତି,

ଆଭିମୁଖ୍ୟ ଏଠି ;

ମିଛ ବାହସ୍ପଟ ,

ଯିଏ ଯେତେ ଭୋଗେ ନାରୀ

ସେ ସେତେ ବଡ଼ଲୋକ,

ମଦର ଚାହିଦା ଏଠି ବେଶି ,

ପୁଅ ଯଦି ବନିଗଲା

ନେତା କି ? ଆଇଏଏସ

ବାପାର ଅବସ୍ଥା ନ କହିବା ଭଲ,

ସବୁଠି ନାଟକ ,ଘରେ ବାହାରେ ସବୁଠି

ଏମିତି କି ?

ନିଜ ଶଯ୍ୟା ସଙ୍ଗିନୀ ସହ

ସେ ବି କରେ ନାଟକ

କାଳେ ତା ପରକୀୟା ପ୍ରୀତି

ଧରା ପଡି ଯିବ,

ତା ହେଲେ ଗଲା କୁଆଡେ,

ଅନ୍ତର୍ମୁଖୀ ମଣିଷଟି

ଶୋଇଛି କି ?

କୁମ୍ଭକର୍ଣ୍ଣର ନିଦ ଅଦିନେ କାଳେ ଉଠେ ଯଦି ଅକାଳେ ହୋଇବ ମରଣ ,

ଲାଗିଛି ତାକୁ ଉଠାଇବାକୁ

ହେଲେ ଉଠୁଛି କିଏ ?

ମୋ ଚିତ୍କାର ଯେ ଫେରି ଆସୁଛି

ବଦଳାଇ ତା’ ପ୍ରତିଧ୍ୱନି

ଗୋଟିଏ ତାଚ୍ଛଲ୍ୟ ହସ ସହ

ହା ହା ହା ହା ଆରେ

ଏଟା ପାଗଳ ର ପ୍ରଳାପ ।

ରାମ ପ୍ରସାଦ ବିଶୋଇ

ରାୟଗଡ଼ା ।

ତା -୧୭-୦୫-୧୬

ସମୟ,-ସକାଳ ୭-୨୮ ମିନିଟ 


Rate this content
Log in