Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Comedy

2.5  

Abhakanta

Comedy

ନମ୍ରତାର ନାକାବନ୍ଦୀ

ନମ୍ରତାର ନାକାବନ୍ଦୀ

1 min
19.7K


ନମ୍ରତାର ନାକାବନ୍ଦୀ

 

ଆଭାକାନ୍ତ ମହାନ୍ତି

 

ପରକୀୟାପଣ ପରାଭୂତ କଲେ

       ପରମ୍ପରା ‘ପରା' ଭାବେ

ଜାତୀୟତା ଜାଗି ଜଣାଇବ ଜଉ-

       ଘରେ ଜିଇଁଛି ଅଗର୍ବେ,

ପର ଘର ପାକ ପାରେ କି ପରାସ୍ତ

       କରି କା' ପ୍ରବଳପଣ

ପୋଷ୍ୟପୁତ୍ର ପାରଙ୍ଗତା ଚିହ୍ନାଇ କି

       ପାରେ ପ୍ରସବ ବେଦନ ?

 

ମୌଳିକତା ଭୁଲି ମହାନ ହେବାକୁ

       ମନର ମନସ୍ଥ ମାତ୍ରେ

ଘରର ନୁହେଁ କି ଘାଟର ନୋହିବ

       ଘଟିବ ହିଁ ଘଟସୂତ୍ରେ,

ନିଜପଣିଆଟା ନିରେଖି ନୋହିଲେ

       ନହକେ ନିର୍ଯାସ ନୀତି

ନୀତିଶାସ୍ତ୍ରେ ନୀଳବର୍ଣ୍ଣ ଶୃଗାଳର

       ନୋହିଲା କି ନିମ୍ନଗତି ?

 

ଭାବ ନଥାଇ କି ଭାବନା ସଂଖୋଳେ

       ଭାରତୀର ଭାଷାରୂପ,

ଭାବ ଅଛି ଭାବି ଭ୍ରମେ କି ଭ୍ରମିତ

       ନୁହେଁ ଆଧୁନିକ ଛାପ ?

ଯଦି ଜଡ଼ାଇବ ଜାଗୃତିକ ଭାବ

       ଜିଦି ଧରି ଯତିପାତେ,

ଯାଚି ଯୋଡ଼ିହେବନି କି ସାମ୍ପ୍ରତିକୀ

       ଜୟଯାତ୍ରା ଜାତି-ରଥେ ?

 

ତେବେ ତିଆରୁଛ ତର୍ଜନୀକୁ ତୋଳି

       କିଆଁ ତରୁଣତା ତର୍କ,

ଅପାରଗ ଅବସ୍ଥାପନେ ଆମନ୍ତ୍ରି

       ଅଭାବନୀୟର ଅର୍କ ?

ଇତିହାସ ଭୁଲି ଇତସ୍ତତେ ଇଚ୍ଛା-

       ଶକ୍ତି ଜଡ଼ିବା କି ଠିକ୍ ?

ଗଉରବ ଗାଥା ଗିଳି ଗୌଣେ ବାର୍ତ୍ତା

       ଗୁହାରିବା, ଗଣା ଧିକ୍ !

 

ଚେତି ଯାଅ ଚିନ୍ତି ଚିନ୍ମୟତା ଚିହ୍ନି

       ଚଉକସ ଚଉପଦୀ,

ନୋହିଲେ ନୋହିବ ଚିର ଏ ନଗଣ୍ୟ

       ନମ୍ରତାର ନାକାବନ୍ଦୀ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in