ରାବଣ କହୁଛେଁ ଶୁନ
ରାବଣ କହୁଛେଁ ଶୁନ
ଫି ବଛର୍ ପୁଡଉଛ ମତେ
ବିଜୟା ଦଶମୀ ଆଏଲେ ।
ପୁଆଲ୍ ଦୁଇଟାକେ ଆଁକି କରି
ତାଲି ମାରୁଛନ୍ ପିଲେ।
ତ୍ରେତୟା ଯୁଗେ ମାରିଥିଲେ ମତେ
ମହାପୁରୁ ରାମ ଚନ୍ଦର୍।
ଆଉ କେଭେ ଜନମ ହେଲି ଯେ
ପୁଡଉଛ ଫି ବଛର୍ ।
ଧଏନ୍ ଧଏନ୍ ରେ ମୁନୁଷ୍ ମାନେ
ଧଏନ୍ ତୁମର୍ କରମ୍ ।
ପାରବ ଭେଲ୍ ପୁଡେଇ ତୁମେ
ଇନ ଯେତେ ଅଛନ୍ ରାବଣ।
ଦେଖତ ଘାଏ ଇ ସମାଜେ
ବୁଲୁଛନ୍ କେତେ ରାବଣ୍ ।
ତାଙ୍କର୍ କାଯେ ସୀତା ଦେବୀ ମାନେ
ଭୋଗୁଛନ୍ କେତେ କଷଣ୍ ।
ଦିନ୍ ମଏଧାନେ ଡରେଇ ଢୁପେଇ
ସଁକ ସାରୁଛନ୍ ସିଏ ।
ଦେଖ୍ଲେ ବି ସଭେ ଆଏଁଖ୍ ମୁନ୍ଦୁଛନ୍
ପୁଡାବେ ତାଙ୍କେ କିଏ ।
ମଲା ଲୋକ୍ କେ ଛୁଛା ମାହାଲିଆ
ଆଁକି ଦେଉଛ ତମେ ।
ଭକୁଆ ଲେଖେନ୍ ଡୁଗ ଡୁଗ
ଦେଖୁଛନ୍ ଇନ ସମେ ।
ହତ୍ଯା କାରୀ ବୁଲୁଛେ ଦେଖ
ତୁମର ଚାରିହିକୁତି ।
ଛୁଛାଟାକେ ମୋତେ ଆଁକୁଛ
ଧରେଇ ବିଜଳି ବତୀ ।
ଧର୍ଷଣ କାରୀ ଛାତି ଫୁଲେଇ
ବୁଲୁଛେ ପରା ପରା ।
କହେବା ଲୋକ୍ କିଏ ନେଇନ
କାଏଁଯେ ପଡବା ଧରା ।
ମୋତେ ପୁଡାଲେ ତାଲି ମାରୁଛେ
ରାବଣ ମଲା ବୋଲି ।
ନିଜେ ତ ରାବଣ ଗୁଟେ ମୁଡିଆ
ଚିହ୍ନେଇ ନେଇ ହେବା ବଲି।
ସମାଜେ ବୁଲୁଛନ୍ ଯେତେ ରାବଣ୍
ସମକୁ ଆଘୋ ଧର ।
ତା ପରେ ଯାଇ ପୁଡାବ ମୋତେ
ହେଇ ରାମ ଚନ୍ଦର୍ ।
ରାବଣ୍ କହୁଛେ ଶୁନ ଜ୍ଞାନୀ ମାନେ
ଥାଇ ସରଗ୍ ପୁରେ ।
କଥାଟା ଯଦି ମିଛ୍ ଭାବୁଛ
ମନ୍ କେ ପଚାର ଥରେ ।
ଶ୍ରୀ ଡମ୍ବରୁଧର ବାଗ,
ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି