ଜୀବନ ଗୀତା- ୧୧୪
ଜୀବନ ଗୀତା- ୧୧୪
1 min
6.8K
ଜୀବନ ଗୀତା- ୧୧୪
ଜୀବନ ସବୁଜ ବନାନୀର ମାୟା
ଦୂରରୁ ଦିଶେ ସୁନ୍ଦର
ପାଖରୁ ତାହାକୁ ନିରୀକ୍ଷଣ କଲେ
ଦିଶଇ କେତେ ଧୂସର ॥୦॥
ମୋହାବିଷ୍ଟ କରି ରଖେ ସେ ସଭିଙ୍କୁ
ବୋଳିଦେଇ ସ୍ୱପ୍ନର ଅଞ୍ଜନ
କେତେ ଲୁହକାନ୍ଦ, ହତାଶ ହୁତାଶ
ତା' ଭିତରେ ହୋଇଛି ଗୋପନ
ଉପରୁ ଦିଶଇ ସିନା ଛଳଛଳ
ଭିିତର ଭାରି ଗଭୀର ॥୧॥
ତାର ଆକର୍ଷଣ ହୁଏନା ଏଡାଇ
ଶକ୍ତ ଅଟେ ମାୟାର ବନ୍ଧନ
ଛିଡାଇ ଦେବାକୁ ସେ ମାୟା ରଜ୍ଜୁକୁ
ସମର୍ଥ ବି ନୁହେଁ ଭଗବାନ
ତା' ମାୟାରେ ପଡି ପ୍ରଭୁ ଜଗନ୍ନାଥ
ଭୋଗନ୍ତି ଯେ ଅଣସର ॥୨॥