Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshayakumar Dash

Others

5.0  

Akshayakumar Dash

Others

ଦୀନବନ୍ଧୁ ଘର

ଦୀନବନ୍ଧୁ ଘର

1 min
186



ଏମିତି ଘରଟି ତିଆରି ହୋଇଛି

ନାହିଁ ଆର କାନ୍ଥ ଛାତ,

ସକଳ ଦରବ ଘରେରହିଅଛି

ଫଳ,ମୂଳ,ଶାଗ,ଭାତ ।

ସୁରୁଜଦେବତା ଆଲୁଅ ଦିଅନ୍ତି

ଉଇଁଆସେ ଜହ୍ନ ରାତି,

ପାଣିକି ପବନ ମାାଟି ମା'କୋଳ

ପଶୁପକ୍ଷୀ ନାନାଜାତିି ।

କରମ, ଧରମ ବେପାର ଚାଲିଛି

ଆସିବା ଜିବାର ଘର,

ହାଟସାରି ବାଟ ଧରିବା ନିଜର

କାରନୁହେଁ କିଏ ପର।

ଏକାଠି ଚଳିବା ଏଇଘରେ ଆମେ

ଗୋଟିଏ ମଣିଷ ଜାତି,

ଆମଘରଅଟେ ଦୀନବନ୍ଧୁକଂର

ଉଠପାହିଲାଣି ରାତି ।


Rate this content
Log in