କଳଙ୍କ
କଳଙ୍କ
ଦୁନିଆର ରାଜରାସ୍ତାରେ
ମୁଁ ଆଜି କଳଙ୍କିତ
ଯେଉଁ ଆଡେ ଯାଉଛି
ଲୋକ ଦୃଷ୍ଟି ଖାଲି
ମୋରି ଉପରେ
ଫୁସୁର ଫାସର କଥାବାର୍ତ୍ତା ।
ମୋର ଚରିତ୍ରକୁ ନେଇ
ମୋର ବ୍ୟକ୍ତିତ୍ୱକୁ ନେଇ
ଏ ଦୁନିଆ ଆଗରେ
ସାଜିଛି ମୁଁ ଆଜି
ଏମିତି ଏକ ମଣିଷ
ଯାହାର ନାହିଁ
କିଛି ବି ଅସ୍ତିତ୍ୱ ।
ନା ମୁଁ ପରିବାରର
ନା ଏ ସମାଜର
ନା ହୋଇପାରିଛି
ମୋ ପ୍ରିୟାର
ମୁଁ ତ ନିଜ ପାଇଁ ବି
ନିଜର ନୁହଁ ।
ହୋଇ ଯାଇଛି ସମସ୍ତଙ୍କ ପାଇଁ
ଅଚିହ୍ନା ଓ ଅଜଣା
ନା ଅଛି ଠିକଣା
ନା ଅଛି ମୋର ଲକ୍ଷ୍ୟ ।
ଅଚିହ୍ନା ପଥରେ
ଅଚିହ୍ନା ପଥିକଟିଏ
ଚାଲିଛି ରାସ୍ତା ଥିବା ଯାଏ
ଏକ ଦିଗରେ
ଜୀବନର ଅନ୍ତ ଯାଏଁ
ପଥର ଶେଷ ଯାଏଁ ।
ଯେଉଁ ଠାରେ ପଥଟିର
ହୋଇଯିବ ଅନ୍ତ
ସେଇ ତ ମୋର ଲକ୍ଷ୍ୟ
ସେଇ ଠାରେ ହିଁ ଖୋଳା ହେବ
ମୋହରି କବର ।
ଜନମାନସରେ ରହିଯିବି
ମୁଁ କଳଙ୍କିତ ମଣିଷର
ରୂପଟିକୁ ନେଇ
କାଳକାଳକୁ ଏ ଦୁନିଆ ଆଗରେ
ସାଜିଯିବି ଗୋଟେ
ଭିନ୍ନ ଖଳ ନାୟକ ।
କି ଭୁଲ କରିଥିଲି ମୁଁ
ପ୍ରେମ ହିଁ ତ କରିଥିଲି
ପ୍ରେମ କରିବା କଣ ପାପ?
ଜଣକୁ ହୃଦୟ ଦେବା କଣ
ଥିଲା ଅପରାଧ ?
ଅଛି କି ଏ ଦୁନିଆ ଆଗରେ
ମୋ ପ୍ରଶ୍ନର ଉତ୍ତର
ଯେଉଁଥି ପାଇଁ ଆଜି
ଏ ଦୁନିଆ ଆଗରେ
ମୁଁ ହେଲି କଳଙ୍କିତ ।