ଅସହ୍ୟ
ଅସହ୍ୟ
ଉପରେ ତାତିକୁ ତଳେ ବି ତାତି,
ବାହାରେ ତାତିକୁ ଘରେ ବି ତାତି l
ଜଳୁଛି ଓଡିଶା ଜଳେ ଭାରତୀ,
ଫନୀ ତାଣ୍ଡବରେ ମରଣ ଭୀତି।
ଦେଉଛି ଆମକୁ ଶିକ୍ଷା ନୂତନ,
ସହରରୁ ଗାଆଁ କର ଭ୍ରମଣ l
ବିଦ୍ୟୁତର ଚୁଲାକୁ ପାଶୋରିଣ,
କାଠିକୁଟା ଜାଳି କର ତିଅଣ।
କୂଅ ପୋଖରୀରେ କରି ସ୍ନାହାନ,
ଅବିଳମ୍ବେ କର ଦିଅଁ ଦର୍ଶନ l
ତାଳପତ୍ର ପଙ୍ଖା ହାତେ ଧରିଣ,
ଖୁସି ମନେ ଖାଅ ଭାତତିଅଣ।
ବଜାର ଶାଗ ଓ ପରିବା କଥା,
କିଛି ଦିନ ବାବୁ ତୁ ପାଶୋରିଥା।
ବାଡି ବଗିଚାର ଶାଗ ମାରିଚ,
ଏକାଠି ଖାଇବ ସାଙ୍ଗ ହୋଇତ।
ପିଲା ବେଳ ଏବେ ହେଜୁଥା,
ମାଆ ବାପା ଖୁସି କହି ବୁଲୁଥା।
ଜାଣୁ ଜାଣୁ କରପରିବେଶ ନଷ୍ଟ ,
କିମ୍ପାଇଁ କାନ୍ଦ ଏବେ ପାଇଣ କଷ୍ଟ।
ଗୋଟିଏ ରୋପିଲେ କୋଟିଏ କାଟ,
କୋଠାଗାଡି କଳକାରଖାନା ଥାଟ।
ସହରକୁ ଗାଆଁ ଭାବିବୁ ଯେବେ,
ସୁଖରେ ହସିବ ସଂସାର ତେବେ।
ନ ହେଲେ ମାଳିକା ବଚନ ଭାଇ,
ବ୍ୟର୍ଥ ନହୋଇ ସତ ଯିବ ହୋଇ।
ଆସ ମିଳିମିଶି ବୃକ୍ଷ ରୋପିବା,
ଧ୍ଵଂସବିନାଶରୁ ମୁକ୍ତି ପାଇବା।
ନ ହେବ ଏମିତି ବାତ୍ୟା ବିତ୍ପତ୍ତି,
ଲାଗିବନି ଜମା ଏମିତି ତାତି।