Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

2  

Prasanna Kumar Madala

Others

ଅଗ୍ନି ସମ୍ଭୁତା

ଅଗ୍ନି ସମ୍ଭୁତା

1 min
6.7K


ଅଗ୍ନିସମ୍ଭୁତା,

ଯୋଗମୁଦ୍ରାମୟୀ ପ୍ରେମାନନ୍ଦମୟୀ,

ଜଗତଜନନୀ ମାଆ,

ଶାନ୍ତ ରୂପ ତେଜି ହୁଙ୍କାରି ଗରଜି,

ଅବତରି ଆସି ଯାଆ ।

ହଜାର ହଜାର ମହିଷା ଅସୁର,

ମାତିଛନ୍ତି ଏଠି ଯୁଟି,

ଦିବସେ ହାଟରେ ବାଟରେ ଘାଟରେ,

ଇଜ୍ଜତ ନିଅନ୍ତି ଲୁଟି ।

ଶୁମ୍ଭ ଓ ନିଶୁମ୍ଭ ଭିଡିଛନ୍ତି ଦମ୍ଭ,

ଭାରତ ଭୂମିରେ ଆଜି,

ରକ୍ତବୀଜ ଭଣ୍ଡ ସାଥେ ଚଣ୍ଡମୁଣ୍ଡ,

ପୀଡନ୍ତି ବିଧର୍ମୀ ସାଜି ।

ଭୂସ୍ବର୍ଗ ବିଚ୍ଛିନ୍ନ ନିମନ୍ତେ ଉଚ୍ଛନ୍ନ,

ଗୁଳିଗୋଳା ଫୁଟେ ନିତି,

ବଢି ମାତୃ ଅନ୍ନେ ଅରି ଗୁଣଗାନେ,

ଛନ୍ତି ନାହିଁ ତିଳେ ଭୀତି ।

କୁମାରୀତ୍ବ ଯେତେ ପଣ୍ୟଦ୍ରବ୍ୟ ମତେ,

ହେଉଅଛି ବିକା କିଣା,

ପାଦେ ଦିଅ ଦଳି ଯେତେ ଦୈତ୍ୟ ବଳୀ,

ବୋଲାନ୍ତି ଜଗତଜିଣା ।

ମା'ଗୋ ଭଗବତୀ କରୁଛି ବିନତି,

ଅନଳୁ ଆସ ସମ୍ଭବି,

କରିଲେ ତୁ ହେଳା ବୁଡିବ ଗୋ ଭେଳା,

ତୁ ପରା କାଳଭୈରବୀ ।

କରାଳିନୀ କାଳୀ ଏବେ ତୋର ପାଳି,

ବ୍ୟାଘ୍ର ବାହନରେ ବସି,

ଏ କଳାବଜାରୀ ନିଶା କାରବାରୀ,

ଗଡକୁ ଦିଅ ମା' ଧ୍ବଂସି ।

ତୋ ବନ୍ଦନା ପାଇଁ ବେଳ ଆଉ କାହିଁ,

ଆରତେ ଡାକୁଛି ମାଆ,

ଆସ ଅବତରି ପ୍ରହରଣ ଧରି,

କଳୁଷ ନାଶନେ ଯାଆ ।

ଉଗ୍ର ରୂପେ ଚଳି ମାଗିଲେ ମା' ବଳି,

ଶୀର୍ଷ ମୋ ବଢାଇ ଦେବି,

ସଙ୍କଟ ତାରିଣୀ ଅଭୟ ଦାୟିନୀ,

ନଇଁଛି ଚରଣେ ସେବି ।



ପ୍ରସନ୍ନ କୁମାର ମାଦଳା

ଘର ନଂ - ଏଫ୍ / ୧୩

ସେକ୍ଟର - ୪

ରାଉରକେଲା - ୭୬୯୦୦୨

ଦୂରଭାଷ - ୭୯୭୮୧୯୨୨୨୭


Rate this content
Log in