Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Abstract

2  

Geeta Sarangi

Inspirational Abstract

ଜୀବନ ଗୀତା-୨୫୧

ଜୀବନ ଗୀତା-୨୫୧

5 mins
7.1K


ଜୀବନ ଗୀତା-୨୫୧

କବି ସୂର୍ଯ୍ୟ ଦେଓଙ୍କୁ ସମର୍ପିତ ।

ଜୀବନର ସ୍ୱାଦ

ଯିଏ ଚାଖିଛି

ଜୀବନକୁ ଭଲ

ପାଇ ବସିଛି ॥୦॥

ପ୍ରାଚୁର୍ଯ୍ୟର ପାହାଡରେ

ବସି ବି ମିଳେନା ସୁଖ,

ଅସହାୟତା ବଢଇ,

କପାଳରେ ଖାଲି ଦୁଃଖ,

ସୁଖଶାନ୍ତି, ସ୍ନେହପ୍ରୀତି,

ନିରୀହ ,ସରଳ

ମନରେ ଅଛି ॥୧॥

ଜୀବନ ତ ମହନୀୟ,

ଅବ୍ୟର୍ଥ ତା ସମ୍ମୋହନ,

ଆନନ୍ଦ ମୁଖର କରି ଦିଅଇ

ସେ ତତ୍​କ୍ଷଣ,

ଆନନ୍ଦର ମହୁଝର

ଦିନରାତି ସିନା

ଝରି ଯାଉଛି ॥୨॥


Rate this content
Log in

Similar oriya poem from Inspirational