Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

ମୁଁ କଲମ

ମୁଁ କଲମ

1 min
132


ନାମଟି ମୋହର ଅଟଇ କଲମ

ଲୋଡ଼ା ପଡେ ସବୁ ଜାଗାରେ

ମୋବିନା ଜୀବନ ନୁହଁଇ ସାର୍ଥକ

ଲେଖେ କେତେ କଥା ଖାତାରେ ।


ମୁଁ ପରା ଅଟଇ କବିର ଜୀବନ

ଲେଖଇ କବିତା କାହାଣୀ

ସେପରା ଅଜ୍ଞାନ ରୂପେ ଗଣା ହୁଏ

ଧରି ନାହିଁ ଯିଏ ଲେଖନୀ ।


ଗରିବ ହେଉକି ହେଉ ସିଏ ଧନୀ

ଥାଏ ମୁଁ ସଭିଙ୍କ ପାଖରେ

ଯିଏ ସେ ଶିକ୍ଷିତ ସାଜିଛି ସମାଜେ

ଦେଇଥାଏ କିଛି ଦାନରେ ।


ଡାକ୍ତର ଶିକ୍ଷକ ନେତା ମନ୍ତ୍ରୀ ଅବା

ହେଇଥାନ୍ତୁ ଇଞ୍ଜିନିୟର

ସଭିଙ୍କ ହାତରେ ରହିଥାଏ ମୁହିଁ

ଥାଏତ ସାହାଯ୍ୟ ମୋହର ।


ଛାତ୍ର ଛାତ୍ରୀ ପାଇଁ ମୋହର ଭୂମିକା

ଗୁରୁତ୍ୱପୂର୍ଣ୍ଣ ଯେ ଅଟଇ

ମୋହରି ମାଧ୍ୟମେ କେତେ କାହିଁ କଥା

ଖାତାରେ ତାହାର ଲେଖଇ ।


ଦୋକାନୀ ଖାତାରେ ହିସାବ ରଖୁଛି

ଟଙ୍କାରେ ମୋର ଦସ୍ତଖତ

ମୁଁ ପରା ଅଟଇ କଲମ ଗୋଟିଏ

ମୋ ବିନା ସବୁ ଅଜ୍ଞାତ ।


Rate this content
Log in