Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ହେ ପିଲାଏ ଦେଖ ସପନଟି ଖାଲି

ହେ ପିଲାଏ ଦେଖ ସପନଟି ଖାଲି

1 min
6.9K


ହେ ପିଲାଏ ଦେଖ ସପନଟି ଖାଲି

 

ପର୍ଶୁରାମ ବିଶ୍ୱାଳ

 

ହେ ପିଲାଏ ଦେଖ ସପନଟି ଖାଲି ଯେତେ ପାର ଦିନରାତି

ଏଇ କଥାଗୋଟି କହିଥିଲେ ଜଗା ଆମ ପୂର୍ବ ରାଷ୍ଟ୍ରପତି

ଅବଦୁଲ କାଲାମ ଯିଏ ଭରିଦେଲେ

ସେଇ କ୍ଷେପଣାସ୍ତ୍ର ତାତି ।

 

ସପନ ଦେଖିଲେ ପଇସା ପଡ଼େନା, ବୁଝେଇଲେ ଗୋଟିଗୋଟି

ଆଜି ଯିଏ ବଡ଼ ସଂସାରେ ଦେଖୁଚ, ସେ ସପନ କରାମତି

ନଶୋଇ ଚେଇଁକି ଦେଖରେ ସପନ

ଇଏ ଥିଲା ତାଙ୍କ ଉକ୍ତି ।

 

ଯେ’ ସପନ ଗୋଟି ଶୋଇବାକୁ କାହିଁ ଦିଏନାହିଁ ଅବସର

ସ୍ୱତନ୍ତ୍ର ଭାବନା ସାହସକୁ ଯିଏ କରିଥାଏ ଆବିଷ୍କାର

ସେ ସପନଗୋଟି ଏ ସମାଜେ ଲୋଡ଼ା

ଦେଖ ହେ ଚପଳମତି ।

 

କର୍ମରେ ବିଶ୍ୱାସ କରେ ଯେ’ ମଣିଷ, ଭଗବାନ ତା’ର ସାହା

ସଫଳତା ସଦା ତା ହାତମୁଠାରେ, ମିଳୁ ଦୁଃଖକଷ୍ଟ ଯାହା

ନିଃସ୍ୱ ନୁହେଁ ସିଏ, ବିଶ୍ୱବନ୍ଦନୀୟ

ଦେଖିବ ତା କରାମତି ।

 

ବୁଝେଇ କହିଦେ ଠାକୁର ପିଲାଙ୍କୁ ତାଙ୍କ ଭବିଷ୍ୟତ ପାଇଁ

ସମସ୍ୟାକୁ ଡରି ପରାଜୟ କେବେ ସ୍ୱୀକାର କରିବେ ନାହିଁ

ମୁକାବିଲା ତା’ର କରିବେ ସେ ନିଶ୍ଚେ

ଯିବ ଦେଶର ଦୁର୍ଗତି ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in