Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kali Kumar

Thriller

5.0  

Kali Kumar

Thriller

ଗନ୍ତବ୍ୟସ୍ଥଳ

ଗନ୍ତବ୍ୟସ୍ଥଳ

1 min
200


ଅନୁର୍ବର ଗନ୍ତବ୍ୟସ୍ଥଳଟି (ଲକ୍ଷ୍ୟ)

ଅନତିକ୍ଷୁଦ୍ରାଶାର ନୀଡ଼ ପାଇଁ ପ୍ରତ୍ୟାଶୀ,

ଆକାଂକ୍ଷାର ଭିକ୍ଷୁଟି 

ଉତ୍ସାହ-ପ୍ରେରଣାର ଅଭିଳାଶି ।୧।

ପ୍ରାପ୍ତିର ଅପୂର୍ଣ୍ଣ ଅଭିଳାଷାଟି-

ଭବିଷ୍ୟର,

ସମାନ୍ତର ସରଳରେଖାରେ ଅନ୍ତର୍ଲିନ

ମର୍ମନ୍ତୁକ ହା-ହୁତାଶନ ଦାବାନଳେ-

ପ୍ରତିଦ୍ବନ୍ଦୀ,

ସଫଳତା ପଛେ ପଛେ ଅବଧାବନ ।୨।

କ୍ଷୁଦ୍ରାୟତନ ଅନୁର୍ବର ଗନ୍ତବ୍ୟଟି 

ପ୍ରତିବନ୍ଧକର ପ୍ରତିବଦ୍ଧତାରେ କବଳିତ

କେତେବେଳେ ମ୍ଳାନ ପୁଣି

କେତେବେଳେ ତର୍ଜମାରେ ସ୍ତମ୍ଭିଭୂତ ।୩।

ସନ୍ତର୍ପଣେ ଛଦ୍ମବେଶୀ ଇଚ୍ଛାଟି ମନେ ଉଙ୍କିମାରେ 

ଅଲୌକିକ ! 

ଆଲ୍ହାଦିନ ଚିରାଗର ସନ୍ଧାନ ସେ କରେ ।୪।

ପଳାୟନ ପନ୍ଥୀ ନୁହେଁ ଗନ୍ତବ୍ୟଟି ତା'ର

ଭୟ ପ୍ରକମ୍ପିତ ହୃଦୟେ ପରାଜୟ ଡର 

ସଂଭ୍ରମେ-ସଳଖି-ସମ୍ଭାଳି ଗନ୍ତବ୍ୟ ତୀରେ 

ପାଦ ଯୋଡ଼ି ତହିଁ ଥାପେ ସେ ଧିରେ ଧିରେ ।୫।


Rate this content
Log in