Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

3  

Raja Sekhar CH V

Inspirational

ପୁସ୍ତକ

ପୁସ୍ତକ

1 min
392



ମଣିଷର ଏକ ନିଆରା ସୃଜନ ଯେ ପୁସ୍ତକ,

ଯାହାର ଜ୍ଞାନ ବିଜ୍ଞାନରୁ ଅଭିବୃଦ୍ଧି ପାଏ ମସ୍ତକ |୧|


ବହି ହେଲେ ସର୍ବଶ୍ରେଷ୍ଠ ବନ୍ଧୁ,

ସମସ୍ତ ପୁସ୍ତକ ହେଲେ ସୂକ୍ତିର ସିନ୍ଧୁ |୨|


ବହି ଯୋଗୁଁ ଆମକୁ ମିଳିଛି ରାମାୟଣ ମହାଭାରତ ପୁରାଣ,

ବହି ଯୋଗୁଁ ଆମକୁ ମିଳିଛି ଗୀତା ଭାଗବତ ଶ୍ରୀ ଲକ୍ଷ୍ମୀପୁରାଣ |୩|


କବି ଗୀତକାର ଲେଖି ଚାଲେ କେତେ ଯେ କାବ୍ୟ,

ବହି ରୂପରେ ଗ୍ରନ୍ଥାଗାରରେ ରହି ସଦା ହୁଅନ୍ତି ନବ୍ୟ |୪|


ନିଜ ନିଜ ମନର କଥା ଜଣେଇବାରେ ପୁସ୍ତକ ହୁଅନ୍ତି ସାହା,

ପଢିଲେ ଜଣା ପଡେ ବ୍ୟକ୍ତିର ଚିନ୍ତାଧାରା ଚାଲିଚଳନର ରାହା |୫|


ଜ୍ଞାନବର୍ଦ୍ଧକ ବହି ବଢାନ୍ତି ମଣିଷର କୁତୂହଳ,

ଯାହା ଯୋଗୁଁ ବଢିଯାଏ ନୂତନ ସର୍ଜନା ଆବିଷ୍କାର ପ୍ରତି କୌତୂହଳ |୬|


Rate this content
Log in

Similar oriya poem from Inspirational