ଜୀବନ ଗୀତା-୩୯୭
ଜୀବନ ଗୀତା-୩୯୭
1 min
136
ଜୀବନର ଅପମାନ
ମଣିଷ ଇତିହାସରେ ଭରି ରହିଛି
କେତେ ହତ୍ୟା କେତେ କ୍ଷତି
ପୃଥିବୀମା'ବୁକୁ ପାତି ସବୁ ସହିଛି ॥୦॥
କେବେ ପ୍ରେମ ପାଇଁ
କେବେ କାମ ପାଇଁ
ରାଜନୀତି ପାଇଁ
ପୁଣି ଅର୍ଥ ପାଇଁ
ହତ୍ୟା ପରେ ହତ୍ୟା କରି
ମଣିଷରୁ ପଶୁ ସେ ପାଲଟି ଯାଇଛି ॥୧॥
କେବେ ଖୁସି ପାଇଁ
କେବେ ଫୁର୍ତ୍ତି ପାଇଁ
ଅଧିକାର ପାଇଁ
ପୁଣି ଲୋଭ ପାଇଁ
ରକ୍ତରେ ରଞ୍ଜିତ ପୃଷ୍ଠା
କଳଙ୍କର ଦାଗ ହୋଇ ରହି ଯାଇଛି ॥୨॥