Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sanjay Kumar

Comedy

3  

Sanjay Kumar

Comedy

ଟେକ୍ନୋଲୋଜି

ଟେକ୍ନୋଲୋଜି

1 min
6.9K


ହ୍ଵାଟସଆପରେ ଉଇସକରୁ,
କେକ କାଟୁ ଫେସବୁକରେ ।
ଜନମ ଦିନଠୁ ମରଣ ଦିନ,
ସବୁ ସରିଲା ଅଙ୍ଗୁଳି ଟିପରେ ॥
ବନ୍ଧୁମାନେ ଗିଫିଟି ଦେଲେ,
ଲାଇକ ଆଉ କମେଟରେ ।
ସେଲବ୍ରେସନ ହେଲା,
କମ ଟାଇମ୍ ଆଉ କମ୍ ବଜେଟରେ ।
ଟେକନଲୋଜିରେ,
ଆମେ ବହୁତ ଆଗରେ.......

ବସ୍ ଠାରୁ ଟ୍ରେନ,
କରୁ ରିଜରଭେସନ ଦୁଇମିନିଟରେ ।
ଉଇଦାଉଟ ପେନ,
ଦଉ ଏଗଜାମିନେସନ ଗୋଟିଏ କ୍ଲିକରେ ॥
ଗଙ୍ଗାନଦୀଟା ବୋହିଆସିଛି,
ଏବେ ମିଳୁଛି ପୋଷ୍ଟାଲରେ ।
ଟଙ୍କା ଆଉ ପକେଟେ ଯାଉନି,
ଜିନିଷ କିଣୁଛେ କାଡ଼ରେ ॥
ଟେକନଲୋଜିରେ,
ଆମେ ବହୁତ ଆଗରେ ........

ଟ୍ରିଂ ଟ୍ରିଂ ବାଜିବା ଆଗରୁ,
ଭାବ ଦିଆନିଆ ଥିଲା ଚିଠିରେ ।
ଆଈ ସହ ଅଜା କଥା ହଉଛି,
ଏବେ ଭିଡ଼ିଓ କଲିଂରେ ॥
ଦେଶ ଦୁନିଆ ଖବର,
ଏବେ ଟିଭି ଆଉ ଇଣ୍ଟରନେଟରେ ।
ବିଶ୍ଵଟା ଆଜି ପାଲଟିଯାଇଛି,
ଗୋଟିଏ ବଡ଼ ଗ୍ରାମରେ ।
ଟେକନଲୋଜିରେ,
ଆମେ ବହୁତ ଆଗରେ ......


Rate this content
Log in