Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Others

3  

KUMUDA CHANDRA DALEI

Others

ଶରଣ ଶ୍ରୀକ୍ଷେତ୍ର

ଶରଣ ଶ୍ରୀକ୍ଷେତ୍ର

1 min
6.9K


ଶ - ଶୈଳ ବେଷ୍ଟିତ ଶରଣ ଶ୍ରୀକ୍ଷେତ୍ର

ଶକୁନ ଅବାଦେ ଉଠଇ ପୁରି

ଶଙ୍କ କ୍ଷେତ୍ର ପତି ଶଙ୍କିତରେ ଅତି

ଶରଣ କ୍ଷେତ୍ର ଏ ହୁଅଇ ବାରି l

ର- ରଇତାନି କ୍ଷେତ୍ର୍ ରକବାରେ ଖ୍ୟାତ

ରକ୍ଷା କବଚର ମହତ୍ତ୍ଵ ଜାଣି

ରାଜଶ୍ରୀ ସହାୟରେ ରକ୍ଷ କବଳରୁ

ରାଧାରମଣଙ୍କୁ ଆଣିଲେ ଛାଣି l

ଣ - ନରେଶ ତକିଖାଁ ନିଷ୍ଟୁର ଆଚାରେ

ନର ନାରାୟଣ ହୋଇଲେ ଭୀତ

ନରାଧମ ଅଜ୍ଞାତେ ନିର୍ମାଣୀ ମାରଦା

ନିବୃତ ରଖିଲେ ଶ୍ରୀ ଜଗନ୍ନାଥ l

ଶ୍ରୀ- ଶ୍ରୀକର ଶ୍ରୀକରେ ଶ୍ରୀକର ଧାରନ୍ତେ

ଶ୍ରୀକର ରୂପରେ ଦିଶିଲା ତୋରା

ଶ୍ରୀମୂର୍ତ୍ତି ତ୍ରୟଙ୍କୁ ଶ୍ରୀହରିଚନ୍ଦନ

ଶ୍ରୟ କଲେ ଗୁପ୍ତ କ୍ଷେତ୍ରରେ ଘେରା

କ୍ଷେ -କ୍ଷେତ୍ରଜ୍ଞ କୃପାରୁ କ୍ଷଣିକ ସମୟେ

କ୍ଷୁଦ୍ର ମନ୍ଦିରଟି ହୋଇଲା ଠିଆ

କ୍ଷାତି ରହିଗଲା କ୍ଷେତ୍ରର ମାହାତ୍ମ୍ୟ

କ୍ଷେତ୍ର୍ ପରିକ୍ରମା କଲେ ବାଟୁଆ l

ତ୍ର - ତ୍ରପିତେ ତକି ଖାଁ ତ୍ରିଧାମା ଖୋଜିଲା

ତ୍ରି ମୂର୍ତ୍ତୀଙ୍କୁ କାହିଁ ନ ପାଇ ଭେଟ

ତ୍ରି ଜାଗିରଦାରେ ତ୍ରିଧାମେ ଛାଡିଲା

ତଥ୍ୟ ଯୋଗାଇବେ ବୋଲାଇ ଭାଟ

ଅଦ୍ୟାବଧି ରହି ଅଛନ୍ତି ସେମାନେ

ଅଷ୍ଟ ଗଡ଼, ବୁଢ଼ାଆମ୍ବର ଠାରେ

ଅପ ଯଶ ସିନା ଆରଜିଲା ଖାଲି

ଅଖ୍ୟାତି ରହିଲା କାଳକାଳକୁ l


Rate this content
Log in