Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୭

ଜୀବନ ଗୀତା-୨୭

1 min
13.3K


ଜୀବନ ଗୀତା
 
ଜୀବନର ନଈ ଯାଉଥାଏ ବହି
ଅଙ୍କାବଙ୍କା ଗତି ତାର
କେତେ ଗଢୁଥାଏ କେତେ ଭାଙ୍ଗୁଥାଏ
ହିସାବ ନାହିଁ ତାହାର ॥୦॥
 
କେବେ ସେ ଉଛୁଳେ ବଢି ପରି ପୁଣି
କେବେ ଶୁଖିଲା ମରୁଡି
କେବେ ବହିଯାଏ ପ୍ରଖର ସ୍ରୋତରେ
କେବେ ଧୀରେଯାଏ ଗଡି
କେଉଁ ମାପକାଠି ମାପି ପାରିନାହିଁ
ପାଣି ତା' କେତେ ଗଭୀର ॥୧॥
 
ଜୀବନର ପଥେ ଭେଟୁଥାଏ କେତେ
ନୂଆ ଲୋକ ନୂଆ ଜାଗା
କେଉଁଠାରେ ସବୁ ଆଦରି ନିଏ ତ
କାହାସାଥେ ନିଏ ପଙ୍ଗା
କା ସାଥିରେ ସିଏ ଶତ୍ରୁତା ନିଭାଏ
କାହାକୁ କରେ ନିଜର ॥୨॥


Rate this content
Log in