Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Others

5.0  

Dr.Sashi Bhushan Mohapatra

Others

ନାରୀ

ନାରୀ

1 min
565



ନାରୀ!

ମହୁ ସାଇତା ମହୁ ଫେଣା

ଚିପୁଡ଼ିଦେଲେ ମହୁପରି ଝରେ

ପ୍ରେମର ଝରଣା|

ମାଟି ତଳେ ଅଙ୍କୁରିତ

ଚାରା ଗଛଟିଏ ପରି

ତା'ଠି ସଞ୍ଚରିତ ହୁଏ

ଜୀବନର ଧାରା,

ଯେମିତି ସେ ଏକ ନଦୀ

ଜୀବନ ଏକ ପ୍ରବାହିତ ଜଳ ଧାରା |

ଆକାଶର ସାମିଆନାରେ

ସେ ଜହ୍ନଟିଏ,ସୂର୍ଯ୍ୟଟିଏ

ମିଞ୍ଜି ମିଞ୍ଜି ତାରାଟିଏ

ଘନ ଅନ୍ଧାରର |

ସେ ରାତିର ପରୀଟିଏ,

ସମର୍ପଣର ଫୁଲଟିଏ

ସଙ୍ଗୀତର ଵୀଣାଟିଏ

ଝିଅଟିଏ,ମା’ଟିଏ

ଭଗିନୀଟିଏ,ସଂଗିନୀଟିଏ

ପ୍ରେମର ଗୋଲାପଟିଏ,

ହସ ଲୁହ,ଯନ୍ତ୍ରଣା ଓ ଆନନ୍ଦରେ

ସମସ୍ତଙ୍କୁ ଆପଣାର କରୁଥିବା

ସେ ଏକ ଦେବିଟିଏ

ପୃଥିବୀ ବେଦୀରେ|

***************

ଡଃ ଶଶୀ ଭୂଷଣ ମହାପାତ୍ର


Rate this content
Log in