ରଖ ନାଆଁରେ
ରଖ ନାଆଁରେ
ରମାକାନ୍ତ ପୁରୋହିତ
କୁନା ମନେ ମନେ ବିଗିଡ଼ି
ଧାଇଁଲା ଲାଗୁ ଲାଗୁ ଗାଡ଼ି ।
ବ୍ୟାଗ ବୋତଲକୁ ଫୋପାଡ଼ି
ମମି ମମି ଛାଡ଼ିଲା ରଡ଼ି ।
ସବୁବେଳେ କହୁଛୁ ପଢ଼
ଇଂରାଜୀର ଜୀବନ ଗଢ଼ ।
ସାରାଦିନ ଟିଉସନରେ
ବୋଝେଇ ବ୍ୟାଗ ହାତରେ ।
ଦିନେ ନଧରି ବଲବ୍ୟାଟ୍,
ସ୍ପୋର୍ଟସ ଦିବସେ ଉଇକେଟ୍ ।
ନେଇପାରିନି ଲଜ୍ଜାକର
ଏଥି କି ଅଛି ପ୍ରତିକାର ।
ଅଙ୍କଲ ସାନପୁଅ ଭାଇ
ମ୍ୟାନ୍ ଅଫ୍ ଦି ମ୍ୟାଚ ହୋଇ ।
ମୋ ପରି ନୁହେଁ ଫିଟ୍ଫାଟ
ଚଟାପଟ ବଲବ୍ୟାଟ୍ ।
ଧରିପିଚରେ ହେଲେ ଠିଆ
ଡରିଯାଆନ୍ତି ବିପକ୍ଷିଆ ।
ପାଠରେ ପଛୁଆ ଖେଳାଳି
ତା’ ପାଇଁ ସ୍କୁଲରେ ଗହଳି ।
ଭାରତ ପାଇଁ ଖେଳିବ
ମୋ ପାଇଁ ଏଯୋଗ ମିଳିବ ।
ଶୁଣି ମା’ କହିଲେ କୁନାରେ
ପଢ଼ି ପାଠ ରଖ ନାଆଁରେ ।
ଯେବେ ହେବୁ ଏକ ନମ୍ବର
ସରବେ କରିବେ ଆଦର ।
ଖେଳ ଅବା ପାଠପଢ଼ାରେ
ଏକ ନମ୍ବର ହୋଇପାରେ ।
ଯଶ ତା’ ପାଇଁ ଅସୁମାରି
ଦର୍ଶକ ସର୍ବେ ତାଳିମାରି ।
ଦ୍ୟନ୍ତି ଆଶୀଷ ଗୁରୁଜନ
ସୁଖ ସମ୍ମାନ ଅରଜନ ।
ପାଠ ଖେଳ ଏକ ସାଥୀରେ
କରି ରଖ ନାମ ପୃଥିୀରେ ।